କାଠ ଆଣିବାକୁ ଯାଇଥିଲେ ଜଙ୍ଗଲକୁ, ଦଳିଦେଲା ଦନ୍ତା

Published By : Prameya-News7 Bureau | April 03, 2024 IST

ଆଠଗଡ ୩।୪: ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଦଳିଦେଲା ହାତୀ । ପରିବାର ଲୋକଙ୍କ ସହ କାଠ ସଂଗ୍ରହ କରୁଥିବା ବେଳେ ହଠାତ ହାତୀ ହାବୁଡରେ ପଡିଯାଇଥିଲେ । ସମସ୍ତେ ଦୌଡି ପଳାଇ ଯାଇଥିବା ବେଳେ ବୃଦ୍ଧ ଜଣଙ୍କ ହାତୀ ସାମ୍ନାରେ ପଡିଯିବାରୁ ତାଙ୍କୁ ଦଳିଦେଇଥିଲା ହାତୀ । ଖବର ପାଇ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏଭଳି ଘଟଣା ଘଟିଛି ଆଠଗଡ଼ ରେଞ୍ଜ ତିଗିରିଆ ନିଜିଗଡ ସଂରକ୍ଷିତ ଜଙ୍ଗଲରେ । ମୃତକ ଜଣଙ୍କ ହେଲେ ତିଗିରିଆ ଥାନା ବାଲିପୁଟ ଗାଁର ୭୫ ବର୍ଷୀୟ ବସନ୍ତ ଦେହୁରୀ । ଘଟଣାସ୍ଥଳରେ ଆଠଗଡ଼ ବନ ବିଭାଗ ଓ ତିଗିରିଆ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

You Can Read :

ଟ୍ରକ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ଚାପିହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

 

 

  • cuttack
  • Elephant Attack
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.