ଆନନ୍ଦପୁର ୫।୧୧: ଆନନ୍ଦପୁର ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁରଠାରେ ଜଣେ ସାଇକେଲ ଆରୋହୀ ବୃଦ୍ଧଙ୍କୁ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ବିରଗୋବିନ୍ଦପୁର ଗାଁର ପଦ୍ମଲୋଚନ ମହାପାତ୍ର । ଦୁର୍ଘଟଣା ଘଟାଇ ବୋଲେରୋ ଫେରାର ହୋଇଯାଇଛି ।
{"id":179434}ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାୟୀ ସମାଧାନ ଓ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଥିଲେ । ଘସିପୁରା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ସହ ହରଗୋବିନ୍ଦପୁର ଛକଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିବା ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା ।