ଗଞ୍ଜାମରେ ବିଲ ମଝିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | October 24, 2018 IST

ଗଞ୍ଜାମ ୨୪|୧୦: ବିଲ ମଝିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ବାଣପୁର ଗାଁରୁ ମୃତଦେହ ଉଦ୍ଧାର । ମୃତକ ହେଲେ ନିତ୍ୟାନନ୍ଦ ନାୟକ । ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ବଡଗଡ ପୋଲିସର ତଦନ୍ତ ।ଗତକାଲି ରାତିରେ କାମ ପାଇଁ ବିଲକୁ ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘକୁ ନ ଫେରିବାରୁ ଘର ଲୋକେ ବିଲକୁ ଯାଇଥିଲେ । ସେଠାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.