ପୋଖରୀ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 23, 2019 IST

ପଟ୍ଟାମୁଣ୍ଡାଇ ୨୩।୧୦: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପୋଖରୀ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଦାଣ୍ଡିସାହି ଗାଁର ପିତାମ୍ବର ସାହୁ । ପୀତାମ୍ବର ଗତ ୨୧ତାରିଖରୁ ନିଖୋଜ ଥିଲେ । ତେବେ ଗତକାଲି ଦମକଳ ବାହିନୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ।

{"id":173508}

ମାତ୍ର ଆଜି ସକାଳୁ ନିକଟସ୍ଥ ପୋଖରୀରେ ପିତାମ୍ବରଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୀତାମ୍ବରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ମେଡିକାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.