ସର୍ପ।ଘାତରେ ବୃଦ୍ଧଙ୍କର ମୃତ୍ୟୁ
21/07/2019 at 9:17 AM

ଭଦ୍ରକ ୨୧/୭: ବାସୁଦେବପୁର ବିନୋବା ଭାବେନଗର ଗ୍ରାମର ଶୁକ୍ରବାର ବିଳମ୍ବିତ ରାତ୍ରରେ ଜଣେ ବୃଦ୍ଧଙ୍କର ସର୍ପ।ଘାତର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତ ବୃଦ୍ଧ ଜଣକ ହେଲେ ରବିନ୍ଦ୍ର ନାଥ ବର୍ମନ। ରବିନ୍ଦ୍ର ଶୁକ୍ରବାର ରାତିରେ ଖାଇପିଇ ନିଜ ବିଛଣାରେ ଶୋଇଥିବାବେଳେ ରାତି ପ୍ରାୟ ୨ଟା ସମୟରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପରିବାର ଲୋକେ ତୁରନ୍ତ ରବିନ୍ଦ୍ରକୁ ୧୦୮ଜରିଆରେ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ। ହେଲେ ଡାକ୍ତର ଏଠାରେ ରବିନ୍ଦ୍ରକୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକେ ଘର ଭିତରୁ ସାପ ବାହାରକୁ ଯାଉଥିବାର ଦେଖିଥିବାବେଳେ ସାପଟି ରବିନ୍ଦ୍ରର ବାମ ହାତ କାଣି ଆଙ୍ଗୁଳିକୁ କାମୁଡିଦେଇଥିବାରୁ ଆଙ୍ଗୁଳିରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି।
Related Posts
ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
15 August 2022
ହରିପୁର ଓ ମଣିଜଙ୍ଗାରେ ପଶିଲା ବନ୍ୟାଜଳ, ବାସହରା ୫୦ ରୁ ଅଧିକ ପରିବାର
15 August 2022