LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜମିବାଡ଼ି ବିବାଦକୁ ନେଇ ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ

9/06/2018 at 7:45 AM

ଅନୁଗୋଳ ଥାନା କୁକୁଡାଙ୍ଗ ଗାଁରେ ଅଘଟଣ । ଜମିବାଡ଼ି ବିବାଦକୁ ନେଇ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରଜନିପାଳ ଗାଁର ଉଛବ ବେହେରାଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟ ଭାଇ ପଣ୍ଡି ବେହେରାଙ୍କ ମଧ୍ୟରେ ଅନେକ ଦିନ ହେଲା ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଗତ କାଲି ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ବେଳେ ପଣ୍ଡି ବେହେରା ଓ ତାଙ୍କ ଦୁଇ ପୁଅ ଉଛବଙ୍କୁ କୁକୁଡାଙ୍ଗ ଗାଁରେ ଏକ ଖୁଣ୍ଟରେ ବାନ୍ଧି ଦେଇ ନିର୍ଧୁମ ମାଡ଼ ମାରିଥିଲେ । ଉଛବ ଅଚେତ ହୋଇ ଯାଇଥିବାବେଳେ ପଣ୍ଡି ଓ ତାଙ୍କ ଦୁଇ ପୁଅ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଉଛବଙ୍କ ପୁଅ ଓ ପରିବାର ଘଟଣା ସ୍ଥଳରେ ପହଞ୍ଚି ଉଛବଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନା ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଉଛବଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପଣ୍ଡି ଓ ତାଙ୍କ ଦୁଇ ପୁଅକୁ ଅଟକ ରଖି ପଚରା ଉଚୁରା କରୁଛି ।

Leave a Reply

   Related Posts