ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | February 23, 2020 IST

ତେଲକୋଇ ୨୩।୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପଡିଆପଶି ଗାଁ ପୋଢେଇଝୋଲ ସାହିରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ । ଗୁରୁତର ବୃଦ୍ଧ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

{"id":227892,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସାହିରେ ବୈଠକ କରାଯାଇ ଧନେଶ୍ବର ନାୟକଙ୍କୁ ବୈଠକକୁ ଡକାଯାଇଥିଲା । ତାଙ୍କ ଉପରେ ସାହିରେ ଗୁଣିଗାରେଡି କରୁଥିବା ଅଭିଯୋଗ କରାଯାଇଥିଲା । କିନ୍ତୁ ସେ ତାକୁ ମାନିନଥିଲ । ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବେକକୁ କାମୁଡି ରକ୍ତାକ୍ତ କରିବା ସହ ତଳେ ପକାଇ ଅଣ୍ଟାରେ ଗୋଇଠା ବିଧା ମାରିଥିଲେ । ଜୀବନରେ ମରିଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.