ବାରମ୍ୱାର ଥାନାର ଦ୍ୱାରସ୍ଥ ହୋଇ ମଧ୍ୟ ଶୁଣିଲାନି ପୋଲିସ୍‌, ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇ ଦେଲେ ବୃଦ୍ଧ

Published By : Prameya-News7 Bureau | June 23, 2022 IST

କଟକ, ୨୩/୦୬: କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ତାଙ୍କର ଚିକିତ୍ସା ଏସସିବିରେ ଆଶୁ ଚିକିତ୍ସା ବିଭାଗରେ ଚାଲିଛି । ଗୁଣନିଧୀଙ୍କ ଶରୀରର ୯୦ ରୁ ଉର୍ଦ୍ଧ୍ବ ଅଂଶ ପୋଡି ଯାଇଥିବା ଜଣାପଡିଛି । ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଛନ୍ତି ।

wp:html https://youtu.be/qKWFL1EDwzQ /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.