AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

‘ସିକ୍ରେଟ୍ କାମ, ଘଣ୍ଟାକୁ ୨୦୦୦’ : ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ବୃଦ୍ଧ ଗିରଫ

20/02/2020 at 1:24 PM

ଭଦ୍ରକ ୨୦।୨: ‘ଘଣ୍ଟାଏ କାମ କଲେ ମିଳିବ ୨୦୦୦ । ଦିନକୁ ୧୦ଘଣ୍ଟା କାମ କରିବୁ । ହିସାବ କର ଦିନକୁ କେତେ ଟଙ୍କା ରୋଜଗାର କରିବୁ ।’ ଯୁବତୀଙ୍କୁ ଏଭଳି ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ବୃଦ୍ଧ ଗିରଫ । ଗିରଫ ବୃଦ୍ଧ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ.କେ. ସରିଫ ।

ଏସ.କେ. ସରିଫଙ୍କ ନିଜ ଘର ଜଟଣୀ ଅଞ୍ଚଳରେ । ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ସେ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଚରମ୍ପାର ଏରେଇଁଠାରେ ପରିବାର ସହ ରହୁଥିଲେ । ତେବେ ସେ ଗାଁର ଏକାଧିକ ଯୁବତୀଙ୍କୁ ମୋବାଇଲରେ ଅଶ୍ଳୀଳ ମେସେଜ ପଠାଉଥିଲେ ।

ଜଣେ ଯୁବତୀଙ୍କୁ ସେ ମେସେଜରେ କହିଥିଲେ ଯେ, ‘ମୁଁ ରାଜ୍ୟ ବାହାରକୁ ଟୁରରେ ଯାଉଛନ୍ତି । ମୋ ସହ ଯିବୁ କି । ପଇସା ପାଇଁ ଲୋକ କଣ ନକରୁଛନ୍ତି । ତୁ କହ ତୁ ପଇସା ପାଇଁ କଣ କରିପାରିବୁ । ଯଦି ତୁ ରାଜି ହେବୁ ସିକ୍ରେଟ୍ କାମ ଦେବି । ଘଣ୍ଟାକୁ ୨୦୦୦ ରୋଜଗାର କରିବୁ । ଦିନରେ ୧୦ଘଣ୍ଟା କାମ କରିବାକୁ ପଡିବ । ହିସାବ କରେ କେତେ ଟଙ୍କା ଇନକମ୍ କରିବୁ । କିଛି ପର୍ସନାଲ ଜିନିଷ ଅଛି ଯାହା ପାଇଁ ତୁ ମାଲାମାଲ ହୋଇପାରିବୁ । କାମ ତୋତେ ଭୁବନେଶ୍ବର ଗଲେ କହିବି । ଫୋନ୍ ରେ କହିବିନାହିଁ ।’

ଏଭଳି ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି । ତେବେ ଗ୍ରାମାଞ୍ଚଳ ପୋଲିସ ସରିଫଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts