ନାଳରେ ଭାସିଗଲେ ବୃଦ୍ଧା, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | August 15, 2022 IST

ଧର୍ମଗଡ, ୧୫/୦୮: ନାଳର ସ୍ରୋତରେ ଭାସିଯାଇ ବୃଦ୍ଧାଙ୍କ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା ଧର୍ମଗଡ କାସିବାହାଲ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା l ସୂଚନା ଅନୁଯାୟୀ ଧର୍ମଗଡ କାଶୀବାହାଲର ଜାନକୀ ମୁଣ୍ଡା ନାମକ ବୃଦ୍ଧା ଗାଁ ପାଖରେ ଥିବା ନାଳକୁ ଗାଧୋଇବା ପାଇଁ ଯାଇଥିଲେ ଲଗାଣ ବର୍ଷା ଯୋଗୁଁ ନାଳରେ ଅଧିକ ଜଳ ପ୍ରବାହିତ ହେଉଥିବା ଯୋଗୁଁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି l ଘଟଣା ସ୍ଥଳରେ ଧର୍ମଗଡ ପୋଲିସ ପହଞ୍ଚିଥିବା ବେଳେ ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.