ଚିକିତ୍ସାଳୟର ପୁରୁଣା କୋଠା ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ

Published By : Prameya-News7 Bureau | November 30, 2019 IST

ମାଲକାନଗିରି ୩୦।୧୧ -  ଦିନେ ଶହ ଶହ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉ ଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ବିଲଡିଙ୍ଗ ଏବେ ପାଲଟିଛି ଭୁତ କୋଠି । ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଆରମ୍ଭ ହୋଇଯାଉଛି ଅସାମାଜିକ କାମ ।

{"id":192324,"sizeSlug":"large"}

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ବିଲଡିଙ୍ଗ । କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ବିଶାଳ କାୟ କୋଠା ବର୍ଷକ ତଳେ ଲୋକାରଣ୍ୟ ଥିଲା । କିନ୍ତୁ ଆଜି ମେଡିକାଲ ପାଲଟିଛି ଭୁତ କୋଠି । ଜିଲ୍ଲାରେ ସାତ ମହଲା ବିଶିଷ୍ଟ ନୁତନ ମେଡିକାଲ ନିର୍ମାଣ ହେବା ପରେ ପୁରୁଣା କେ।ଠାକୁ ଅଣଦେଖା କରୁଛି ଜିଲ୍ଲା ପ୍ରଶାସନ । ଯାହାର ଫାଇଦା ଉଠାଉଛନ୍ତି ଅସାମଜିକ ବ୍ୟକ୍ତି । ସଞ୍ଜ ନଇଁଲେ ମଦୁଆ, ଗଞ୍ଜଡଙ୍କ  ଆସର ଜମୁଛି ।ଏମିତିକି ଏଠି ଅନୖତିକ କାମ ହେଉଥିବା ଆଲେ।ଚନା ହେଉଛି । କେବଳ ଏତିକି ନୁହେ ଗଭୀର ରାତିରେ ଏଠାରେ ବିଚିତ୍ର ଶବ୍ଦ୍ଦ ଶୁଭୁଛି । ଯାହାକୁ ନେଇ ଆତଙ୍କିତ ହେ।ଇପଡିଛନ୍ତି ସ୍ଥାନୀୟ ଲେ।କ । 

{"id":192325,"sizeSlug":"large"}

କେବଳ ମେଡିକାଲ ବାହାର ଚିତ୍ର ପାଇଁ ନୁହେ ଭିତର ଅବସ୍ଥା ବି ସାଂଘାତିକ । ଔଷଧ ବିତରଣ କକ୍ଷ ଠାରୁ ଆରମ୍ଭ କରି ଓଟି, ଆଇସିୟୁ ଭଳି ଜରୁରୀ କାଳିନ ରୁମ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆମ ଠାରୁ ଜାଣିବା ପରେ ଦୋଷ ସ୍ବୀକାର କରିଛନ୍ତି । ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ କଥା ହୋଇ ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଯୋଗାଇ ଲାଗି ଅନୁରୋଧ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.