ବୁଢା ବରକୁ ସୁନ୍ଦରୀ କନ୍ୟା, ବର ୬୦ ବର୍ଷର କନ୍ୟା ବୟସ ୨୫

Published By : Prameya-News7 Bureau | May 18, 2022 IST

ନୂଆଦିଲ୍ଲୀ ୧୮/୦୫, ସୁନ୍ଦର ଜୀବନସାଥୀ ପାଇବାକୁ ସମସ୍ତେ ଚାହାନ୍ତି।  ବିବାହ ପାଇଁ ସୁନ୍ଦର, ସୁଶୀଳ ଝିଅ ଖୋଜନ୍ତି ବର ପକ୍ଷ। ଝିଅ ସାଧାରଣତଃ କମ୍‌ ବୟସର ହେବା ଉପରେ ଲୋକେ ଗୁରୁତ୍ବ ଦିଅନ୍ତି। କିନ୍ତୁ ଜଣେ ୬୦ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି।  ୩୫ ବର୍ଷର ବୟସ ବ୍ୟବଧାନରେ ହୋଇଛି ବିବାହ। ବୁଢା ବର ସହ କମ୍‌ ବୟସର କନିଆଙ୍କ ବିବାହ ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି।

ସୋସିଆଲ ମିଡିଆରେ ଏହି ଦମ୍ପତ୍ତିଙ୍କର ଏକାଠି ବସିଥିବାର ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ଜଣେ ମୁସଲମାନ୍‌ ବ୍ୟକ୍ତି ବିବାହ କରିବା ପରେ ତାଙ୍କ ପତ୍ନୀଙ୍କ ସହ ବସିଛନ୍ତି। ବର ୬୦ ବର୍ଷର ହୋଇଥିବା ବେଳେ କନ୍ୟା ୨୫ବର୍ଷର। ଏହି ଯୋଡିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବର ଏବଂ କନ୍ୟା ଦୁହେଁ ପରସ୍ପରକୁ ଦେଖି ହସୁଥିବାର ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରାଯାଉଛି। ବରକୁ ଲୋକେ ବାବାଜି ବୋଲି ଡାକୁଛନ୍ତି। ବୃଦ୍ଧ ବର ଦାଢି ଧଳା ହୋଇଯାଇଥିବାରୁ ଲୋକେ ତାଙ୍କୁ ଏମିତି ଡାକୁଛନ୍ତି। 

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓ ଦେଖି ସସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଏ କହୁଛି ବୃଦ୍ଧ ଜଣଙ୍କ ବହୁତ ପୁଣ୍ୟ କରିଛନ୍ତି ତ କିଛି ଲୋକ ବୃଦ୍ଧଙ୍କା ପାଖରେ ବହୁତ ଧନ ଅଛି କି ବୋଲି ପ୍ରଶ୍ନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.