ଶୌଚ ହେବାକୁ ଯାଇ ଗାଡିଆରେ ବୁଡିଗଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ   

Published By : Prameya-News7 Bureau | May 24, 2022 IST

ଆନନ୍ଦପୁର, ୨୪/୦୫: ଆନନ୍ଦପୁର ଥାନା ଅନ୍ତର୍ଗତ ବିରଡିହା ଗାଁରେ ଶୌଚ ହେବାକୁ ଯାଇଥିବା ସମୟରେ ଗାଡିଆରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଆର୍ତ୍ତ ଜେନା ଆଜି ମଧ୍ୟାହ୍ନରେ ଗାଁ ପଡିଆକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖେଜି ପରେ ସନ୍ଧ୍ୟାରେ ପଡିଆ ମିକଟ ଏକ ଗାଡିଆରେ ତାଙ୍କ ମୃତ ଶରୀର ଠାବ ହୋଇଥିଲା । ଅସାବଧାନତାରୁ ଗାଡିଆରେ ବୁଡି ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରିଛନ୍ତି ପରିବାର ଲୋକେ । ତେବେ ମୃତଦେହକୁ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.