ବୃଦ୍ଧା ଦମ୍ପତ୍ତିଙ୍କୁ ମାଡମାରି ଘରୁ ତଡିଦେଲେ ପୁଅ ଓ ନାତି, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

Published By : Prameya-News7 Bureau | November 21, 2023 IST

ଭୁବନ ୨୧/୧୧: କେତେ ଆଶାରଖିଥିଲେ ପରିଣତ ବୟସରେ ସାହା ହେବ ପୁଅ । ବାପାମାଆଙ୍କର ସେବା କରିବେ, ସାହାରା ହେବେ । କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ପୁଅ ଓ ନାତିର ନିର୍ଯାନାର ଶିକାର ହୋଇଛ ଦୁଇ ବୃଦ୍ଧା ଦମ୍ପତ୍ତି । ଘରୁ ତଡିଦେଲେ । ବାଡି ପଛପଟେ ଏକ ପଲିଥିନ ଟାଣି ରହିବାକୁ ବି ଦେଲେନି । ତାକୁ ବି ଭାଙ୍ଗିବାକୁ ପଛେଇଲେ ନି ନିଷ୍ଠୁର ପୁଅ ଓ ନାତୀ ।

ବୃଦ୍ଧା ଦମ୍ପତ୍ତିଙ୍କୁ ସରକାର କାର୍ଯ୍ୟାଦେଶ ଦେଇଥିବା ପ୍ରଧାନମନ୍ତ୍ରୀ ଆବାସଯୋଜନାକୁ ନିର୍ମାଣ କରିବାକୁ ବି ଦେଲେନି । କୈଣସି ଉପାୟ ନପାଇ ଥାନାର ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧା ଦମ୍ପତ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । ଗ୍ରାମର ୮୫ ବର୍ଷର ଚକ୍ରଧର ପୁହାଣ ଓ ତାଙ୍କ ୭୫ ବର୍ଷୀୟ ସ୍ତ୍ରୀ ଯଶୋଦା ପୁହାଣ ।

ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ସେମାନେ ଗଢିଥିଲେ ଏକ ସୁନାର ସଂସାର । ଦୁଇପୁଅ ଓ ଝିଅଙ୍କର ବିବାହ ସାରିଦେଇ ମୁଁଣ୍ଡରୁ ବୋଝକୁ ହାଲକା କରିଦେଲେ । ଆଶା ରଖିଥିଲେ ନାତୀ ନାତୁଣୀଙ୍କ ସହିତ ବାକି ଜୀବନ କାଟିଦେବେ । ସମୟ ଚକରେ ସବୁ ଓଲଟ ପାଲଟ ହୋଇଗଲା । ସାନପୁଅ ରାଜକିଶୋର ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଅନ୍ୟତ୍ର ରହିଲା । ବାପାମାଆ ଓ ଭାଇ ସହିତ ସମ୍ପର୍କ ଛିନ୍ନ କରିଦେଲା ।

ବୃଦ୍ଧା ଦମ୍ପତ୍ତି ବଡପୁଅ ଓ ବୋହୁ ପାଖରେ ରହି ଏକମାତ୍ର ନାତୀ ସହିତ ଖୁସିରେ ଥିଲେ । କିନ୍ତୁ ହଠାତ ବୋହୁର ଦେହାନ୍ତ ହୋଇଗଲା । ଏକବର୍ଷ ପରେ ବଡପୁଅ ଅଶୋକର ଦ୍ବିତୀୟ ବିବାହ କରାଇ ଦିଆଗଲା । ସ୍ତ୍ରୀ ବୁଦ୍ଧିରେ ପଡି ଅଶୋକ ଶ୍ୱଶୁର ଘରେ ରହିଲେ । ଘରକୁ ଫେରିଲେ ନାହଁ । ନାତୀ ଦୀପକ ମୁହଁକୁ ଚାହିଁ ସବୁ ଦୁଃଖ ଭୁଲି ଅଣ୍ଡାରୁ ଭେଣ୍ଡା କରାଇ ବିବାହ କରିଦେଲେ ।

କିନ୍ତୁ ନାତିର ବିବାହ ପରେ ବାପା ଅଶୋକ ଓ ସାବତ ମାଆ ବୁଦ୍ଧିରେ ପଡିଗଲା ଦିପକ । ସବୁ ସମ୍ପତ୍ତି ବୁଢା ବାପାଙ୍କଠାରୁ ନିଜ ନାମକୁ କରିନେଲା । ପରେ ବୃଦ୍ଧା ଦମ୍ପତ୍ତିଙ୍କୁ ମାଡମାରି ଘରୁ ତଡିଦେଲା ନିଷ୍ଠୁର ନାତି । କୌଣସି ଉପାୟ ନପାଇ ଦୁହେଁ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ କରମୂଳ ଗ୍ରାନ ନିକଟ ଅଶ୍ବଖୋଲା ଅଇରା ବୃଦ୍ଧା ଆଶ୍ରମରେ ରହିଥିଲେ । ଚାରିମାସ ରହିଲା ପରେ ତାଙ୍କ ଝିଅ ତାଙ୍କୁ ସେଠାରୁ ନିଜପାଖକୁ ନେଇ ଆସିଲେ ।

ପରବର୍ତ୍ତୀ ସମୟରେ ସରକାର ବୃଦ୍ଧା ଦମ୍ପତ୍ତିଙ୍କୁ ଏକ ଆବାସ ଘରର କାର୍ଯ୍ୟାଦେଶ ଦେଇଥିଲେ । ଘର ନିର୍ମାଣ ନିମନ୍ତେ ବୃଦ୍ଧା ଦମ୍ପତ୍ତି ନିଜ ଭିଟାମାଟିକୁ ଫେରି ଏକ ପଲିଥିନ ଟାଣି ରହୁଥିଲେ । ଘର ନିର୍ମାଣ ପାଇଁ ମାପଜୁପ କରିବା ସମୟରେ ବଡ ପୁଅ ଓ ନାତି ବୃଦ୍ଧା ଦମ୍ପତ୍ତୀଙ୍କୁ ମାଡମାରି ତଡିବା ସହିତ ପଲିଥିନ ବନ୍ଧା କୁଡିଆକୁ ଭାଙ୍ଗି ଦେଲେ । ତେବେ ବୃଦ୍ଧା ଦମ୍ପତ୍ତି ଆଜି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

you can also read....

wp:embed {"url":"https://www.prameyanews7.com/tractor-overturned-two-dead-two-seriously/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tractor-overturned-two-dead-two-seriously/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.