scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୭୬ ବର୍ଷୀୟ ବରକୁ ୪୭ ବର୍ଷୀୟ କନିଆ, ସଂସାର ଗଢିଲେ ସୁରେଖା-ରାମଚନ୍ଦ୍ର

25/07/2023 at 4:12 PM

ମୋହନା ୨୫/୦୭: ଜୀବନର ଶେଷ ସମୟରେ ସାଙ୍ଗ ହୋଇ ବଞ୍ଚିବାର ପ୍ରତିଜ୍ଞା କରିଛନ୍ତି ୭୬ ବର୍ଷୀୟ ରାମଚନ୍ଦ୍ର ଓ ୪୭ ବର୍ଷୀୟା ସୁରେଖା । ତଲାସିଂ ଗାଁରେ ଗତ ୫୦ ବର୍ଷ ହେବ ରହୁଛନ୍ତି ରାମଚନ୍ଦ୍ର । ୨୦ ବର୍ଷ ତଳେ ରାମଚନ୍ଦ୍ରଙ୍କୁ ଏକୁଟିଆ କରି ଛାଡି ଚାଲିଯାଇଥିଲେ ପତ୍ନୀ । ଦୁଇ ଝିଅ ବି ବାହା ହୋଇଛନ୍ତି । ଏକା ଏକା ଜୀବନ କାଟୁଥିଲେ ରାମଚନ୍ଦ୍ର ।

ଧୀରେ ଧୀରେ ରାମଚନ୍ଦ୍ରଙ୍କ ପକ୍ଷେ ଅସମ୍ଭବ ହୋଇପଡିଲା କାମ କରିବା । ଦ୍ଵିତୀୟ ବିବାହ କରିବାକୁ ମନସ୍ଥ କରିଥିଲେ ରାମଚନ୍ଦ୍ର । ସେଥିପାଇଁ ଗତ ୧୦ ବର୍ଷ ହେବ ଗଞ୍ଜାମ ଜିଲ୍ଲା କୁଲାଡ ଗାଁର ୪୭ ବର୍ଷୀୟ ସୁରେଖା ସାହୁଙ୍କ କରୁଥିଲେ ପ୍ରେମ । ହେଲେ ବିବାହକୁ ବିରୋଧ କରିଥିଲେ ରାମଚନ୍ଦ୍ରଙ୍କ ପରିବାର । ଗତ କିଛି ମାସ ତଳେ ହଠାତ୍ ଅସୁସ୍ଥ ହୋଇପଡିଲେ ରାମଚନ୍ଦ୍ର ।

ଦେଖା ଚାହାଁ କରିବାକୁ ପରିବାର ଲୋକ ବି ଆସିଲେନି । ସାହି ପଡିଶା କେହି କେବେ ଅନାଇଲେ । ଶେଷରେ ନିଜର ଭଲମନ୍ଦ ପାଇଁ ସୁରେଖାଙ୍କୁ ବିବାହ କରିବାକୁ ସ୍ଥିର କଲେ । ସବୁ ବିରୋଧକୁ ପଛରେ ପକାଇ ଜୁଲାଇ ୧୯ ତାରିଖରେ ଭଞ୍ଜନଗର କୋର୍ଟରେ ବିବାହ କରିଥିଲେ ରାମଚନ୍ଦ୍ର । ପରେ ଗାଁ ଗଣେଶ ମନ୍ଦିରରେ ରୀତିନୀତି ଅନୁସାରେ ପଡିଥିଲା ହାତଗଣ୍ଠି । ଏହି ବିବାହରେ କେବଳ ରାମଚଂଦ୍ର ଓ ସୁରେଖା ଖୁସି ନାହିଁନ୍ତି, ପାଖ ପଡିଶା ବି ଖୁସ୍ ।

   Related Posts