ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ୍‌

Published By : Prameya-News7 Bureau | October 20, 2021 IST

ରାଉରକେଲା, ୨୦/୧୦: ରାଉରକେଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ରାଏବଗା ଥାନା  କାଦୋବାହାଲ  ଗାଁରେ ଏହି ହତ୍ୟା ହୋଇଛି । ଧାରୁଆ ଅସ୍ତ୍ରରେ ବୃଦ୍ଧ ଦମ୍ପତ୍ତିଙ୍କୁ କରାଯାଇଛି ହତ୍ୟା । ମୃତକ ଲୋହା ପାଡୁଆ ଏବଂ  ପତ୍ନୀ ଲୁଧି ପାଡୁଆ । ଘଟଣା ସ୍ଥଳରେ ରାଏବଗା ପୋଲିସ ପହଞ୍ଚି ଥିବା ବେଲେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.