ପୁରୀ ୦୪।୧୨: ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳବେଦୀ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି ।
{"id":193704,"sizeSlug":"large"}ଗତ ୨ ତାରିଖରେ ୭୫ମିଟିର ପରିଧି ଭିତରେ ଆସୁଥିବା ବିସ୍ଥାପିତଙ୍କ ଅତିରିକ୍ତ ପ୍ରୋତ୍ସାହନ ରାଶିର ସମୟ ଅବଧି ଶେଷ ହୋଇଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ଏହି ସମୟ ଅବଧିକୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ଆସୁଥିବା ବିସ୍ଥାପିତ ପରିବାରଙ୍କ ପାଇଁ ଥଇଥାନ ପ୍ୟାକେଜ ସହ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାର ୪୦ ଦିନ ମଧ୍ୟରେ ୭୫ ପ୍ରତିଶତ ଘରୋଇ ଜମି ଅଧିଗ୍ରହଣ ହୋଇପାରିଛି