ବରଗଡ଼ରେ ଅଘଟଣ; ପୁରୁଣା କୋଠା ଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | March 03, 2024 IST

ବରଗଡ଼: ପୁରୁଣା କୋଠା ଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର। ଘଟଣା ଘଟିଛି ଅତାବିରା ଥାନା ଗୋଡଭଗା ରେଳ ଷ୍ଟେସନ ନିକଟରେ। ଏଠାରେ ଥିବା ଏକ ପୁରୁଣା କୋଠା ଘର ଭାଙ୍ଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ୩ ଆହତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାମେଡିକାଲକୁ ପଠାଇଛନ୍ତି। ସୂଚନା ଅନୁଯାୟୀ, ସ୍ଥାନୀୟ ଗୋଡ଼ଭଗା ପୋଲିସ, ଦମକଳ ବାହିନୀ, ରେଳ ବିଭାଗ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: କଟକରେ କ୍ରେନ୍‌କୁ ପିଟିଲା କାର୍‌, ୪ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.