ମା' ସାଜିଲା ପିଶାଚି: ଝିଅ ହେଲା ବୋଲି ମାଇକ୍ରୋଭାନରେ ଛାଡିଦେଲା, ମିଳିଲା ମୃତଦେହ

Published By : Prameya-News7 Bureau | March 22, 2022 IST

ନୂଆଦିଲ୍ଲୀ ୨୨/୦୩: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । ମାଇକ୍ରୋ ଓଭାନ୍‌ ଭିତରୁ ମିଲିଛି ଦୁଇ ମାସ ଶିଶୁର ମୃତଦେହ । ଏମିତି ଏକ ଘଟଣା ନେଇ ଦିଲ୍ଲୀର ଚିରାଗ ଅଞ୍ଚଳରେ ଚର୍ଚ୍ଚା ଜୋର । ଏନେଇ ସ୍ପଷ୍ଟ କରିଛନ୍ତି ଦକ୍ଷିଣ ଦିଲ୍ଲୀ ଡେପୁଟି କମିଶନର ଅଫ୍ ପୋଲିସ୍ ବେନିତା ମେରୀ ଜାଇକର । ସେ କହିଛନ୍ତି ଯେ ରାତି ପ୍ରାୟ ୩.୧୫ ସମୟରେ ଗୋଟିଏ ଶିଶୁ କନ୍ୟାର ମୃତ୍ୟୁ ନେଇ ସୂଚନା ମିଳିଥିଲା । ଏବେ ଘଟଣାର ଯାଞ୍ଚ ଚାଲିଛି ।

ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି । ତେବେ ଘଟଣାରେ ମୃତ ଶିଶୁକନ୍ୟାର ବାପା ଗୁଲସନ କୌଣିକ ଓ ମା’ ଡିମ୍ପଲ କୌଶିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି । ସୂଚନା ଥାଉକି, ଦୁଇ ମାସର ଶିଶୁ କନ୍ୟା ମୃତ୍ୟୁ ସମ୍ପର୍କରେ ପ୍ରଥମେ ତାଙ୍କର ଜଣେ ପଡୋଶୀ ପୋଲିସକୁ ଦେଇଥିଲେ ସୂଚନା ।

ଶିଶୁ କନ୍ୟାର ମା’ ଡିମ୍ପଲ ଭିତର ପଟୁ ଘର ବନ୍ଦ କରିଦେଇଥିଲେ । ଯେଉଁଥିପାଇଁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ପରେ ସେ ଝରକା କାଚ ଭାଙ୍ଗି ଘରେ ପଶିଥିଲେ । ହେଲେ ସେଠାରେ ସେ ମହିଳା ଓ ତାଙ୍କ ପୁଅଙ୍କ ସହ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । କିନ୍ତୁ କିନ୍ତୁ ଶିଶୁ କନ୍ୟାର କୌଣସି ଖୋଜ୍ ଖବର ନଥିଲା ।

ଶିଶୁ କନ୍ୟାର ଜେଜେ ମା’ ଓ ପଡୋଶୀ ପୂରା ଘର ଖୋଜିବା ପରେ ମାଇକ୍ରୋ ଓଭାନ ଭିତରେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା ବୋଲି ପଡୋଶୀ ଜଣକ ପୋଲିସକୁ ଫୋନ୍‌ କରି କହିଥିଲେ । ଘଟଣା ଘଟିବା ସମୟରେ ଶିଶୁଟିର ବାପା ଘରେ ଉପସ୍ଥିତ ନଥିଲେ। ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ଶିଶୁର ମାଆ । ସେ ତାଙ୍କ କନ୍ୟା ସନ୍ତାନର ଜନ୍ମକୁ ନେଇ ଅସନ୍ତୋଷ ଥିବା ଜଣାପଡିଛି ।

ଯାହା ଫଳରେ ସେ ଏପରି କାମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନ ଥାଉକି, ମତ ଶିଶୁ କନ୍ୟାଟି ଚଳିତ ବର୍ଷ ଜାନୁଆରୀରେ ଜନ୍ମ ନେଇଥିଲା । ସେବେଠାରୁ ଶ୍ରୀମତୀ କୌଶିକ ଅସନ୍ତୋଷ ବ୍ୟକ୍ତି କରିଆସୁଥିଲେ । ଏପରିକି ଏ ନେଇ ସ୍ୱାମୀଙ୍କ ସହ ମଧ୍ୟ ପାଟିତୁଣ୍ଡ ହେଉଥିଲା । ପୂର୍ବରୁ ଏହି ଦମ୍ପତ୍ତିଙ୍କର ଗୋଟିଏ ଚାରି ବର୍ଷ ପୁଅ ଟିଏ ମଧ୍ୟ ଅଛି । ଏବେ ସୁଦ୍ଧା ଘଟଣାରେ କାହାରିକୁ ଗିରଫ କରାଯାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.