ଡ୍ରାଇଭରର ଲାଗିଗଲା ଆଖି, ଓଲଟିପଡିଲା ସିମେଣ୍ଟ ବୋଝେଇ ଟ୍ରକ

Published By : Prameya-News7 Bureau | September 26, 2022 IST

ପଦ୍ମପୁର ୨୬/୦୯: ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ୍ରାଇଭରର ଆଖି ଲାଗିଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଲି କାଳୀମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘର ଉପରେ ଚଢ଼ିଗଲା ଗାଡି । ଭାଗ୍ୟ ବସତଃ କାହାର କିଛି କ୍ଷୟକ୍ଷତି ହେଇନାହିଁ ।

ଘରେ ଥିବା ଲୋକଙ୍କ ସମେତ ଡ୍ରାଇଭର ଓ ହେଲପର ସମସ୍ତେ ବର୍ତ୍ତି ଯାଇଛନ୍ତି । ଏହି ଦଶଚକିଆ ଟ୍ରକ, ପଦ୍ମପୁର ପଟୁ ବରଗଡ଼କୁ ଯାଉଥିଲା । ସିମେଣ୍ଟ ବୋଝେଇ କରି ସକାଳ ପ୍ରାୟ ୪ଟାରେ ଓଲଟି ପଡିଛି । ଆଖି ଲାଗିଯିବାରୁ ଏପରି ଏକ ଅଘଟଣ ଘଟି ଯାଇଥିବା କହୁଛି ଟ୍ରକ ଡ୍ରାଇଭର । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.