ଜମୁଛି ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା, ନାମ ସଂକୀର୍ତନରେ ପ୍ରକମ୍ପିତ ସମଗ୍ର ପରିବେଶ

Published By : Prameya-News7 Bureau | January 19, 2023 IST

ଚଣ୍ଡୀଖୋଲ ୧୯/୦୧: ଦୁଇ ବର୍ଷ କୋଭିଡ କଟକଣା ପରେ ଧୁମଧାମ୍‌ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ମହାପୁରୁଷ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସରୁ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ମେଳାକୁ ବୁଲିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସାମଗମ ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମାଘ ମାସ କୃଷ୍ଣପକ୍ଷ ଏକାଦଶରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ମହାପୁରୁଷ ଅରକ୍ଷିତ ଦାସଙ୍କ ୧୮୬ ତମ ବ୍ରହ୍ମଲୀନ ଦିବସରେ ଅନୁଷ୍ଠିତ ହେଉଛି ପବିତ୍ର ଓଳାଶୁଣୀ ଗୁମ୍ଫା ମେଳା । ଯାଜପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତରେ ରହିଛି ଓଳାଶୁଣୀ ପାହାଡ଼ । ଆଉ ଏହିଠାରେ ହିଁ ସନ୍ଥ ଅରକ୍ଷିତ ଦାସ ମହାସମାଧି ନେଇଥିଲେ । ଏହି କୃଷ୍ଣପକ୍ଷ ଏକାଦଶରୁ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ ହୋଇଛି ।

ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଉଛି । ବହୁ ସାଧୁ ସନ୍ଥ ଯୋଗ ଦେଇଥିବା ବେଳେ ଓ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପହଂଚି ମହାପୁରୁଷଙ୍କ ସାନିଧ୍ୟ ଲାଭ କରୁଛନ୍ତି । ଏହି ଦିନରେ ମହାପୁରୁଷ ଙ୍କ ଦର୍ଶନ କଲେ ଶ୍ରୀକ୍ଷେତ୍ର ଦର୍ଶନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମହାପୁରୁଷଙ୍କ ପ୍ରିୟ ଖାଦ୍ୟ ପୋଡାପିଠା ହୋଇ ଥିବାରୁ ଏଠାରେ ପୋଡପୀଠା ଭୋଗ ଲାଗି କରାଯାଇଥାଏ । ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.