AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଦୁଇବର୍ଷ ପରେ ଅନୁଷ୍ଠିତ ହେବ ଓଳାଶୁଣୀ ମେଳା, ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱ

31/12/2022 at 9:27 AM

ଚଣ୍ଡୀଖୋଲ ୩୦/୧୨: ଚଳିତ ବର୍ଷ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଓଳାଶୁଣୀ ମେଳା ଅନୁଷ୍ଠିତ ହେବ । ଗତ ଦୁଇବର୍ଷ ହେବ କୋଭିଡ କଟକଣା ପାଇଁ ମେଳା ବନ୍ଦ ରହିଥିଲା । ଚଳିତ ବର୍ଷ ଓଳାଶୁଣୀ ମେଳା ଅନୁଷ୍ଠିତ ହେବ ।

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି । ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯାଜପୁର sdpo, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ବନ ବିଭାଗ ଅଧିକାରୀ, ଅଗ୍ନିଶମ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ ଓଳାଶୁଣୀ ଉନୟନ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସରେ ମାଘ ମାସ କୃଷ୍ଣପକ୍ଷ ଏକାଦଶ ତିଥିରେ ଏହି ମେଳା ଆରମ୍ଭ ହୋଇଥାଏ । ୧୦ ଦିନ ଧରି ଏହି ଅନୁଷ୍ଠିତ ହେଉଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ମେଳାକୁ କେଉଁଭଳି ଶାନ୍ତି ଶୃଙ୍ଖଳାରେ ପରିଚାଳନା କରାଯିବ ସେ ନେଇ ବିସ୍ତୃତ ଭାବେ ବୈଠକ ରେ ଆଲୋଚନା କରାଯାଇ ଥିଲା ।

   Related Posts