ଓଳାଶୁଣି ପାହାଡ଼ରେ ଅଗ୍ନିକାଣ୍ଡ; ଜଳିଗଲା ଜଙ୍ଗଲ, ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ
30/12/2022 at 7:56 PM

ଯାଜପୁର ୩୦/୧୨: ଓଳାଶୁଣୀ ପାହାଡ଼ ଲାଗିଛି ନିଆଁ। ପାହାଡ଼ର ଉପର ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଫଳରେ ସେଠାରେ ଥିବା ଜଙ୍ଗଲ କ୍ଷତିଗ୍ରସ୍ତ ହେବା ସହିତ ମୂଲ୍ୟବାନ ଗଛଗୁଡ଼ିକ ପୋଡ଼ିଯାଇଛି। ନିଆଁକୁ ଆୟତ୍ତ କରିବାଖୁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ପ୍ରୟାସ ଜାରିରଖିଛନ୍ତି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଓଳାଶୁଣୀ ପୀଠ ଜଣାଶୁଣା।
ଏଠାକୁ ଭ୍ରମଣ କରିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ପର୍ଯ୍ୟଟକମାନେ ଭୋଜି କରିବା ବେଳେ ଜଙ୍ଗଲରେ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ଅଗ୍ନିଶମ କର୍ମଚାରମାନେ ବହୁ ଚେଷ୍ଠା କରି ନିଆଁକୁ ଆୟତ୍ତ କରିଛତନ୍ତି। ବର୍ତ୍ତମାନ ପାହାଡ଼ ଉପରେ ସମ୍ପୂର୍ଣ୍ଣ ନଜର ରଖା ଯାଇଥିବା ଚଣ୍ଡିଖୋଲ ବନବିଭାଗ ଅଧିକାରୀ କହିଛନ୍ତି।