LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

OLA ଆଣୁଛି ଇଲେକ୍ଟ୍ରିକ୍ ବାଇକ୍, ଭିଡିଓରେ ୫ ନୂଆ ବାଇକ୍‌ର ଝଲକ ଦେଖାଇଲା କମ୍ପାନୀ  

9/02/2023 at 5:20 PM

ନୂଆଦିଲ୍ଳୀ, ୦୯/୦୨: OLA ଆଣୁଛି ନୂଆ ଇଲେକ୍ଟ୍ରିକ୍ ବାଇକ୍। ଇଲେକ୍ଟ୍ରିକ୍‌ ସ୍କୁଟରର ସଫଳତା ପରେ ଏବେ କମ୍ପାନୀ ଏହାର ନୂଆ ଇଲେକ୍ଟ୍ରିକ୍‌ ବାଇକ୍‌ ଆଣିବାକୁ ଯାଉଛି। କମ୍ପାନୀ ଏକ ଭିଡିଓରେ ଏହି ବାଇକ୍‌କୁ ଟିଜ୍ କରିଛି। ବଡ଼ କଥା ହେଉଛି କମ୍ପାନୀ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୫ ଟି ନୂଆ ମଡେଲର ବାଇକ୍‌ ଆଣିବାକୁ ଯାଉଛି। ଅବଶ୍ୟ ଏହି ଭିଡିଓରେ ବାଇକ୍‌ର ଲୁକ୍ ଟିଜ୍ କରିବା ବ୍ୟତୀତ ଆଉ କିଛି ତଥ୍ୟ ଦିଆଯାଇନାହିଁ। ତେବେ ଏହି ଟିଜରରେ ଦେଖାଯାଇଥିବା ଲୁକ୍ସରୁ ଜଣାପଡ଼ୁଛି କମ୍ପାନୀ ବିଭିନ୍ନ ସେଗମେଣ୍ଟରେ ଏହି ବାଇକ୍‌ ଲଞ୍ଚ କରିବାକୁ ଯାଉଛି।

ଏହା ବ୍ୟତୀତ ଓଲା ଇଲେକ୍ଟ୍ରିକ୍‌ S1 ଇଲେକ୍ଟ୍ରିକ୍‌ ସ୍କୁଟରରେ ମଧ୍ୟ ପରିବର୍ତ୍ତନ କରିଛି। ବ୍ରାଣ୍ଡ୍‌ ଏବେ S1 Air ଇଲେକ୍ଟ୍ରିକ୍‌ ସ୍କୁଟରର ତିନି ଭ୍ୟାରିଏଣ୍ଟ ଲଞ୍ଚ କରିବାକୁ ଯାଉଛି। ଏହି ଭ୍ୟାରିଏଣ୍ଟରେ ଭିନ୍ନ ଭିନ୍ନ ବ୍ୟାଟେରୀ କ୍ଷମତା ରହିବ। ଏଥିରେ ଏକ 2kWh ବ୍ୟାଟେରୀ ପ୍ୟାକ୍ ରହିଛି, ଯାହା ଦାମ୍ ୮୪,୯୯୯ ଟଙ୍କା ଏହାର ରେଞ୍ଜ ୮୫ ରହିଛି। ସେହିଭଳି ଦ୍ବିତୀୟ ଏସ୧ ଏୟାର ଇଲେକ୍ଟ୍ରିକ୍‌ ସ୍କୁଟରର ୧୨୫ କିମି ରେଞ୍ଜ ପ୍ରଦାନ କରିଥାଏ ଏଥିରେ 3kWh ବ୍ୟାଟେରୀ ପ୍ୟାକ୍ ରହିଛି ଏବଂ ଏହାର ଦାମ୍ ୯୯,୯୯୯ ଟଙ୍କା ରହିଛି। ତୃତୀୟ ଇଲେକ୍ଟ୍ରିକ୍ ସ୍କୁଟର 4kWh ବ୍ୟାଟେରୀ ପ୍ୟାକ୍ ସହ ରହିଛି, ଯାହା ୧୬୫ କିମି ରେଞ୍ଜ ଦେଇଥାଏ ଏବଂ ଏହାର ଦାମ୍ ୧,୦୯,୯୯୯ ଟଙ୍କା ରହିଛି।

   Related Posts