ଗୁଗଲ ମ୍ୟାପ୍‌କୁ ଅଲବିଦା କହିଲା ଓଲା: ନିଜେ ବିକଶିତ କରିଥିବା ମ୍ୟାପ୍ ବ୍ୟବହାର କରିବ କମ୍ପାନୀ, ହେବ ୧୦୦ କୋଟି ସଞ୍ଚୟ

Published By : Prameya-News7 Bureau | July 07, 2024 IST

indiatoday

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍‌କୁ ଅଲ୍‌ବିଦା କହିଲା ଦେଶର ବଡ଼ କ୍ୟାବ୍ କମ୍ପାନୀ ଓଲା କ୍ୟାବ୍ସ। ଏହି ପଦକ୍ଷେପ ଯୋଗୁ କମ୍ପାନୀର ବାର୍ଷିକ ୧୦୦ କୋଟ ବଞ୍ଚିଯିବ ବୋଲି ଓଲା ଗ୍ରୁପ୍ ଚେୟାରମ୍ୟାନ୍ ବାବେଶ ଅଗରୱାଲ କହିଛନ୍ତି। ଗୁଗଲ ମ୍ୟାପ୍ ଛାଡ଼ି ଏବେ ଓଲା ମ୍ୟାପ୍‌ ବ୍ୟବହାର କରିବ। କମ୍ପାନୀ ନିଜ ପାଇଁ ନିଜ ଏକ ମ୍ୟାପ୍ ବିକଶିତ କରିଛି। ଏହା ପୂର୍ବରୁ ମଧ୍ୟ ଓଲା ମାଇକ୍ରୋସଫ୍ଟର ଅଜୁରେ(Azure) ଆପ୍‌କୁ ବି ଅଲବିଦା କହିଥିଲା।   

ଏନେଇ ଓଲା ଗ୍ରୁପ୍‌ର ଚେୟାରମ୍ୟାନ୍ ଲେଖିଛନ୍ତି ଯେ ଆମେ ମେ ମାସରେ ମାଇକ୍ରୋସଫ୍ଟ ଅଜୁର୍ ଠାରୁ ନିଜକୁ ଦୂରେଇ ନେଇଥିଲୁ। ଓଲା ନିଜ କାମ ପାଇଁ ନିଜେ ବିକଶିତ କରିଥିବା ଆପ କୃତ୍ରିମ (kutrim) ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପ୍ଲାଟଫର୍ମର ବ୍ୟବହାର କରିବ। ଯେଉଁ ଡେଭଲପର ଅଜୁର ଠାରୁ ଅଲଗା ହୋଇ କାମ କରିବେ ତାଙ୍କୁ ଆମେ ବର୍ଷେ ପାଇଁ ମାଗଣା କ୍ଲାଉଡ୍ ସର୍ଭିସ ଦେବୁ ବୋଲି ଭାବେଶ ଅଗରୱାଲ୍ ଟ୍ୱିଟ୍ କରିଛନ୍ତି। 

ଆଣ୍ଡ୍ରଏଡ୍ ଓ ଆଇଏସ୍ ପ୍ଲାଟ୍‌ଫର୍ମରେ କାମ କରିବ ସର୍ଭିସ୍

ଓଲା ମ୍ୟାପ୍ସ ଓ ଏପିଆଇ କୃତ୍ରିମ କ୍ଲାଉଡରେ ମିଳିବ। ଏହାଦ୍ୱାରା ଆପଣ ଲୋକେସନ ସର୍ଭିସର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ। ଓଲା ମ୍ୟାପ୍ସରେ ଆପଣଙ୍କୁ ନାଭିଗେସନ୍ API, ପ୍ଲେସେସ API, ଟାଇଲ୍ସ API ଏବଂ ରାଉଟିଙ୍ଗ୍ API ପ୍ରଦାନ ସୁବିଧା ଦିଆଯିବ। ଏହି ସେବା ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ଉପଲବ୍ଧ ରହିବ। ଓଲା ଅକ୍ଟୋବର ୨୦୨୧ ରେ ପୁଣେ ଭିତ୍ତିକ ଜିଓସ୍ପୋକ କମ୍ପାନୀ କିଣିଥିଲା। ଏହାପରଠାରୁ ଓଲା ମ୍ୟାପ୍ସ ଲଞ୍ଚ କରିବାକୁ ନେଇ କାମ ଆରମ୍ଭ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.