ଶସ୍ତା ସ୍କୁଟର ସହିତ ଇଲେକ୍ଟ୍ରିକ କାର ଆଣିବେ OLA, ଅଗଷ୍ଟ ୧୫ରେ ଦେବେ ସରପ୍ରାଇଜ୍

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ ୬।୮:  ଇଭି ସେଗମେଣ୍ଟରେ ଗ୍ରୋଥ କରୁଥିବା କମ୍ପାନୀ ଓଲା ଅଗଷ୍ଟ ୧୫ରେ ତାର ଗ୍ରାହକଙ୍କୁ ସରପ୍ରାଇଜ ଦେବ। ଏଥିପାଇଁ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପୂର୍ବରୁ କମ୍ପାନୀର ସିଇଓ ଭବେଶ ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଟିଜର ଜାରି କରିଛନ୍ତି। ଆଉ ଏଥିରେ ୧୫ ଅଗଷ୍ଟକୁ ହାଇଲାଇଟ କରିଛନ୍ତି।  ଭିଡିଓରେ ସେ ଏକ ଓଲା ବ୍ୟାଟେରୀ ଓ ସ୍କୁଟର ଦେଖାଉଛନ୍ତି। ତେବେ ଆକଳନ କରାଯାଉଛି ଏହି ଦିନ ଓଲା ତାଙ୍କର ଇଲେକ୍ଟ୍ରିକ୍ କାର ଉପରୁ ମଧ୍ୟ ପର୍ଦ୍ଦା ଉଠାଇ ପାରନ୍ତି।

{"id":667079,"sizeSlug":"full","linkDestination":"none"}

ଭବେଶ୍ ଟ୍ୱିଟ୍‌ କରି ୧୫ ଅଗଷ୍ଟରେ ଆମେ ଆମର ନୂଆ ପ୍ରଡକ୍ଟ ଘୋଷଣା କରିବା ପାଇଁ ଉତ୍ସୁକ ଓ ଆମେ ଆମର ବଡ ଫ୍ୟୁଚର ପ୍ଲାନ ନେଇ ଅନେକ ତଥ୍ୟ ଜାରି କରିବୁ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏହାର ଲାଇଭ ଷ୍ଟ୍ରିମ ନିଶ୍ଚିତ ଦେଖନ୍ତୁ। ଏଥିଲାଗି ଖୁବ୍ ଶୀଘ୍ର ଟାଇମ ଓ ଲିଙ୍କ ସେୟାର କରିବୁ ବୋଲି କହିଛନ୍ତି।

wp:html /wp:html

ଗତ ଦିନରେ ଓଲା ‘କଷ୍ଟମର ଡେ’ ପାଳନ କାଳରେ ତାଙ୍କର ଅପକମିଂ ୩ ଇଲେକ୍ଟ୍ରିକ ଗାଡିମାନଙ୍କର ଟିଜର ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ଏକ ହ୍ୟାଚ୍‌ ବ୍ୟାକ୍ , ଏକ ବଡ କୁପେ ଷ୍ଟାଇଲର ସେଡାନ ଓ କୁପେ ଷ୍ଟାଇଲର ଏକ ଏସୟୁଭି ଦେଖିବାକୁ ମିଳିଥିଲା। ଏଣୁ ଅଗଷ୍ଟ ୧୫ରରେ ଓଲା ତାଙ୍କର ଇଲେକ୍ଟ୍ରିକ କାର ଉପରୁ ପର୍ଦ୍ଦା ହଟାଇବେ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.