scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫୦୦ କର୍ମଚାରୀଙ୍କୁ ଛଟେଇ କରିପାରନ୍ତି OLA, ଇଲେକ୍ଟ୍ରି ଭେଇକଲ ଉପରେ କରିବେ ଫୋକସ୍

6/07/2022 at 8:52 PM

ନୂଆଦିଲ୍ଲୀ ୬।୭: ଓଲା କମ୍ପାନୀ ମାଲିକ ଭାବିଶ ଅଗ୍ରୱାଲ ଓଲା ଇଲେକ୍ଟ୍ରିକ ଉପରେ ଫୋକସ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମରୁ ପାଖାପାଖି ୫ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛନ୍ତି। ଖର୍ଚ୍ଚ କାଟ ଓ ଫାଇନାନ୍ସ ସୁବ୍ୟବସ୍ଥିତ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ତାଲିକା ପ୍ରସ୍ତୁତି କରିବାକୁ କହିଛନ୍ତି।

କମ୍ପାନୀର ମୁଖ୍ୟ ବ୍ୟବସାୟ ଓଲା ରାଇଡରେ ଏବେ ପାଖାପାଖି ୧ହଜାର ୧୦୦ କର୍ମଚାରୀ କାମ କରୁଛନ୍ତି। ଭାରତର ଏହି କମ୍ପାନୀ ଏବେ ବହୁରାଷ୍ଟ୍ରୀୟ କମ୍ପାନୀ ଉବେରକୁ ମୁହାଁମୁହିଁ ଟକ୍କର ଦେଉଛି। ଗତମାସରେ ଓଲା ଓଲ୍ଡ ଭେଇକଲ ବିଜନେସ୍ ସହିତ ଓଲା ଡେସ୍ ଭଳି ଫୋରି ବିଜନେସକୁ ବନ୍ଦ କରିଦେଇଛି। କମ୍ପାନୀ ନିଜର ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ଓ ଇଲେକ୍ଟ୍ରିକ୍ କାର ଭର୍ଟିକଲସ ଫୋକସ କରିବା ଲାଗି ଓଲା କାର ବିଜନେସ୍ ବନ୍ଦ କରିଦେଇଛି।

ଏହା ଛଡା ଓଲା କେଫେ, ଫୁଡ ପାଣ୍ଡା, ଓଲା ଫୁଡସ୍ ଏବଂ ଓଲା ଡେସକୁ ମଧ୍ୟ କମ୍ପାନୀ ବନ୍ଦ କରିଦେଇଛି। କମ୍ପାନୀ ଓଲା ଇଲେକ୍ଟ୍ରିକ୍ ଲାଗି ଗୋ-ଟୁ ମାର୍କେଟ ରଣନୀତିକୁ ମଜଭୁତ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନେଇଥିବା କହିଛି। ଓଲାର ଏବେ ମୁଖ୍ୟ ଲକ୍ଷ ନିଜ ଇଲେକ୍ଟ୍ରିକ କାରର ବିକ୍ରି, ପ୍ରଡକ୍ସନ ଓ ଫାଇନାନ୍ସ ସେକ୍ଟର କାରବାରରେ ଅଧିକ ନିବେଶ କରିବେ।

   Related Posts