Ola ଇଲେକ୍ଟ୍ରିକ୍‌କୁ IPO ପାଇଁ ମଞ୍ଜୁରୀ, ବଜାରରୁ ୬୬୦ ମିଲିୟନ ଡଲାର ଏକାଠି କରିବା ଲକ୍ଷ୍ୟ: ରିପୋର୍ଟ

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ଭାରତୀୟ ସ୍କୁଟର କମ୍ପାନି ଓଲା ଇଲେକ୍ଟ୍ରୋନିକ୍ସକୁ ନିଜର ୬୬୦ ମିଲିୟନ ଡଲାରର ଆଇପିଓ ପାଇଁ ନିୟାମକ ମଞ୍ଜୁରୀ ମିଳିଛି । ସୂତ୍ର ଅନୁସାରେ ଏହା ଦେଶରେ ଇଲେକ୍ଟ୍ରୋନିକ ବାହାନ (ଇଭି) କ୍ଷେତ୍ରର ପ୍ରଥମ ସେୟାର ବଜାର ଲିଷ୍ଟିଂର ରାସ୍ତା ଖୋଲିବ ।

ଗତ ଡିସେମ୍ୱର ମାସରେ ସଫ୍ଟବ୍ୟାଙ୍କ ଏବଂ temasek ସପୋର୍ଟେଡ ଓଲାରେ ନିଜର ନିବେଶ ଦସ୍ତାବିଜକୁ ଭାରତରେ ସେବି ନିକଟରେ ଦାଖଲ କରିଥିଲେ । ଏହି ପଦକ୍ଷେପର ଉଦ୍ଦେଶ୍ୟ କମ୍ପାନିର କାରବାରକୁ ବିସ୍ତାର କରିବାରେ ସହଯୋଗ କରିବା । ସୂତ୍ର ଅନୁସାରେ ଓଲା ଏବେ ଜୁଲାଇ ମଧ୍ୟ ସୁଦ୍ଧା ନିଜ ସେୟାରକୁ ଲିଷ୍ଟ କରିବା ପାଇଁ ଯୋଜନା କରୁଛି ଏବଂ ଆଗାମୀ ଦିନରେ ନିବେଶକଙ୍କ ସହ କଥା ହୋଇ ନିଜ ଇଶ୍ୟୁ ଦାବିର ଆକଳନ କରିବ ।

ଚଳିତ ବର୍ଷ ଆରମ୍ଭରେ କମ୍ପାନିର ରୋଡ୍ ଶୋ ଜରିଆରେ ବୈଶ୍ୱିକ ନିବେଶକଙ୍କୁ ସହ ଯୋଗାଯୋଗ କରିଥିଲା । ଏବେ ସୂତ୍ର ଅନୁସାରେ କମ୍ପାନି ଏବେ ସର୍ତ୍ତଗୁଡ଼ିକ ଉପରେ ଚର୍ଚ୍ଚା କରିବ ଏବଂ କାରବାର ବିଷୟରେ ଜଣାଇବେ । ଭାରତୀୟ ଦୁଇ ଚକିଆ ଇଭି ବଜାର ଏବେ ଅପେକ୍ଷାକୃତ ଛୋଟ, କିନ୍ତୁ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାଣରେ ଓଲା ସବୁଠୁ ବଡ଼ କମ୍ପାନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.