ସେପ୍ଟେମ୍ବର ୬ରୁ OJEE, ଦୈନିକ ୩ଟି ସିଫ୍ଟରେ ହେବ ପରୀକ୍ଷା

Published By : Prameya-News7 Bureau | August 13, 2021 IST

ଭୁବନେଶ୍ବର ୧୩/୦୮ : ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) । ସେପ୍ଟେମ୍ବର ୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ।

କୋଭିଡ୍ ଗାଇଡଲାଇନ୍‌ କଡାକଡି ପାଳନ କରାଯାଇ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆସିଥିବା ଥିବା ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ରଖାଯିବ । ମାସ୍କ, ସାନିଟାଇଜ ଏବଂ ସାମାଜିତ ଦୂରତା ଉପରେ ଗୁରୁତ୍ବ ଦିଆଯିବା ସହିତ ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ସାନିଟାଇଜ୍‌ କରାଯି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.