ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ୱେବସାଇଟ୍‌ରେ ମିଳିବ ପରୀକ୍ଷା ଫଳ

Published By : Prameya-News7 Bureau | June 02, 2023 IST

ଭୁବନେଶ୍ୱର ୦୨/୦୬: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ଦିନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବ । OJEE ୱେବସାଇଟ୍ ଜରିଆରେ ମିଳିବ ପରୀକ୍ଷା ଫଳ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ www.ojee.nic.in ରେ ରେଜଲ୍ଟ ଦେଖିପାରିବେ।

ଚଳିତ ବର୍ଷ ମେ ୮ ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ୧୭ ହଜାର ୭୬୩ ଛାତ୍ରଛାତ୍ରୀ , ବି ଫାର୍ମାରେ ୧୩ ହଜାର ୮୧୩, ଏମ୍.ବି.ଏ.ରେ ୯ ହଜାର ୩୦୫, ଏମ.ସି.ଏ. , ଏମ.ଏସ୍.ସି. କଂପ୍ୟୁଟର ସାଇନ୍ସରେ ୮ ହଜାର ୮୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମେ' ମାସ ୮ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଓଜେଇଇର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.