ଆସନ୍ତା ୧୨ରୁ ଓଜେଇଇ : ତିନୋଟି ସିଫ୍ଟରେ ହେବ ପରୀକ୍ଷା, ୫ରୁ ମିଳିବ ଆଡମିଟ୍ କାର୍ଡ
1/10/2020 at 8:11 PM

ଭୁବନେଶ୍ୱର, ୦୧ ।୧୦: ଆସନ୍ତା ୧୨ ତାରିଖରୁ ୧୯ ଯାଏଁ ଅନୁଷ୍ଠିତ ହେବ ଓଜେଇଇ । ତେବେ ପରୀକ୍ଷା ସୂଚୀ ପ୍ରକାଶ କରିଛନ୍ତି ଓଜେଇଇ କର୍ତୃପକ୍ଷ ।
ପରୀକ୍ଷା ସୂଚୀ ଅନୁସାରେ, ଦିନକୁ ତିନୋଟି ସିପ୍ଟରେ କମ୍ପ୍ୟୁଟର୍ ବେସଡ୍ ମୋଡରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ରୁ ୧୧, ଦ୍ୱିତୀୟ ଦିନ ୧୨ଟା ୩୦ରୁ ୨ଟା ୩୦ ଓ ତୃତୀୟ ଅପରାହ୍ନ ୪ଟା ୩୦ରୁ ୬ ଯାଏଁ ଅନୁଷ୍ଠିତ ହେବ । ତେବେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ୱେବସାଇଟରୁ ଅନଲାଇନରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆସନ୍ତା ୫ରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।
ଆଡମିଟ୍ କାର୍ଡ ଡାଉନଲୋଡ୍ ପାଇଁ ଛାତ୍ରଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ ଦେବାକୁ ପଡିବ ।
ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରାୟ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ପରାକ୍ଷା ଦେବେ । ବିଟେକ୍(ଲାଟେରାଲ ଏଣ୍ଟ୍ରି) ପରୀକ୍ଷା ପାଇଁ ୬ଟି ସିଟିଂ ଓ ବିଫାର୍ମ ପାଇଁ ୪ଟି, ଏମବିଏ ପାଇଁ ୩ଟି, ଏମସିଏ ପାଇଁ ୨ଟି ସିଟିଂ କରାଯାଇଛି ।