Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

OJEE ରେଜଲ୍ଟ: M.Archରେ କଟକର ପ୍ରିୟଙ୍କା କେଡିଆ ଟପ୍ପର

2/06/2023 at 10:42 PM

କଟକ, ୦୨/୦୬: ପ୍ରକାଶ ପାଇଛି OJEE ରେଜଲ୍ଟ। ତେବେ ମାଷ୍ଟର ଇନ୍ ଆର୍କିଟେକଚରରେ କଟକର ପ୍ରିୟଙ୍କା କେଡିଆ ଟପ୍ପର ହୋଇଛନ୍ତି। କଟକ ବାଖ୍ରାବାଦ୍ ଅଞ୍ଚଳରେ ରହୁଥିବା ସମ୍ମିକାନ୍ତ ଓ କବିତା କେଡିଆଙ୍କ ଝିଅ ପ୍ରିୟଙ୍କା ପିଲାଟି ବେଳରୁ ବେଶ୍ ମେଧାବୀ ଛାତ୍ରୀ ଥିଲେ। ଟପ୍ପର ହୋଇଥିବା ଜାଣିବା ପରେ ପ୍ରିୟଙ୍କାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି।

ଏକ ଘରୋଇ କଲେଜ୍‌ରେ ବର୍ତ୍ତମାନ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ପ୍ରିୟଙ୍କା ନିଜେ ଏକ ଆର୍କିଟେକ୍ ଫାର୍ମ ମଧ୍ୟ କରିଛନ୍ତି। ପ୍ରିୟଙ୍କା ଆଗକୁ ଆର୍କିଟେକ୍‌ରେ ପିଏଚ୍‌ଡି ସହ ନିଜର କ୍ୟାରିଅର କରିବା ଲକ୍ଷ୍ୟ ରଖିଛନ୍ତି। ନିଜର କଠିନ ପରିଶ୍ରମ ଓ ପରିବାରର ସହଯୋଗରେ ଆଜି ଏହି ସଫଳତା ହାସଲ କରିଥିବା କଥା କହିଛନ୍ତି ପ୍ରିୟଙ୍କା। ସେହିଭଳି ଝିଅର ସଫଳତା ପାଇଁ ବେଶ୍ ଖୁସି ପ୍ରକଟ କରିବା ସହ ସମସ୍ତେ ନିଜ ଝିଅମାନଙ୍କୁ ଅଧିକରୁ ଅଧିକ ପଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ପ୍ରିୟଙ୍କାଙ୍କ ବାପା।

ଆହୁରି ପଢ଼ନ୍ତୁ: ବାୟୋଟେକ୍ନୋଲୋଜିରେ OJEE ଟପ୍ପର ହେଲେ ରାହୁଲ; ଛୋଟ ବେଳୁ ଥିଲା ଜୀବବିଜ୍ଞାନୀ ହେବାର ସ୍ୱପ୍ନ

ଚଳିତ ବର୍ଷ ମେ ୮ ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ୧୭ ହଜାର ୭୬୩ ଛାତ୍ରଛାତ୍ରୀ , ବି ଫାର୍ମାରେ ୧୩ ହଜାର ୮୧୩, ଏମ୍.ବି.ଏ.ରେ ୯ ହଜାର ୩୦୫, ଏମ.ସି.ଏ. , ଏମ.ଏସ୍.ସି. କଂପ୍ୟୁଟର ସାଇନ୍ସରେ ୮ ହଜାର ୮୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମେ’ ମାସ ୮ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଓଜେଇଇର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

   Related Posts