ଆଇଟା ଟେନିସରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ଚାମ୍ପିୟନ

Published By : Prameya-News7 Bureau | August 05, 2022 IST

ଭୁବନେଶ୍ୱର: ଆଇଟା ଟେନିସ ପ୍ରତିଯୋଗିତାରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ବିଜେତା ହୋଇଛନ୍ତି। ସେହିପରି ଡବଲସରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ଓ ସିଦ୍ଧାର୍ଥ ଆର୍ଯ୍ୟଙ୍କ ଯୋଡି ବିଜୟୀ ହୋଇଛି।

ଆଇଟା ଓ ଓଟିଏ ଆନୁକୂଲ୍ୟରେ ଅଗଷ୍ଟ ୧ ତାରିଖରୁ ଆଇଆଇଜି ସ୍ପିର୍ଟସ ଏକାଡେମୀ ପକ୍ଷରୁ କେ.ଟି  ଗ୍ଲୋବାଲ ସ୍କୁଲ ପରିସରରେ ଏହି କ୍ରୀଡ଼ା ପ୍ରତିଯୋଗିତା ଅରମ୍ଭ ହୋଇଥିଲା। ଶୁକ୍ରବାର ଏହାର ଉଦଯାପନି ମ୍ୟାଚ୍ ଆୟୋଜିତ ହୋଇଥିଲା। ଏଥିରେ ପୁରୁଷ ଏକକ ବର୍ଗରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ବିଜୟୀ ହୋଇଥିବା ବେଳେ ପଶ୍ଚିମବଙ୍ଗର ଅଭିନାଂଶୁ ବୋର୍ଥାକର ଉପବିଜେତା ହୋଇଛନ୍ତି।

ଅନ୍ୟପଟେ ପୁରୁଷ ଡବଲ ବର୍ଗରେ ତାମିଲନାଡୁର ଓଜେସ ଥେଜୋ ଜୟପ୍ରକାଶ ଓ ସିଦ୍ଧାର୍ଥ ଆର୍ଯ୍ୟଙ୍କ ଯୋଡି ବିଜେତା ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗର ଅଭିନାଂଶୁ ବୋର୍ଥାକର ଓ ମହମଦ ଫର୍ଦ୍ଧିନ ଯୋଡ଼ି  ଉପବିଜେତା ହୋଇଛନ୍ତି। ବିଜେତା ଓ ଉପବିଜେତା ଖେଳାଳିଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଛି।

ଏହି ଆଇଟା ପ୍ରତିଯୋଗିତାରେ ଦେଶରୁ ପାଖପାଖି ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।  ପ୍ରତିଯୋଗିତାରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ବିଜେତା ଓ ଉପବିଜେତାଙ୍କ ସହ ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ପୁରସ୍କାର ସହ ଅର୍ଥ ରାଶି  ପ୍ରଦାନ କରାଯାଇଛି।

ପ୍ରତିଯୋଗିତାର କ୍ୱାଲିଫାଇଂ  ରାଉଣ୍ଡରେ ୬୪ ପିଲା ଅଶଂଗ୍ରହଣ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୮ ଜଣ ଖେଳାଳି ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଏହାସହ ଟପ ରେଟିଂର ୩୨ ଜଣ ଖେଳାଳି ସିଧାସଳଖ ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.