ଲକ୍ଷପତି ହେଲେ ମତ୍ସ୍ୟଜୀବୀ, କିଲୋ ପ୍ରତି ୨୬ ହଜାର ଟଙ୍କାରେ ବିକ୍ରି ହେଲା ଶଙ୍କର ପ୍ରଜାତିର ତେଲିଆ ଶିଳା ମାଛ

Published By : Prameya-News7 Bureau | June 28, 2022 IST

ଭୋଗରାଇ : ଶଙ୍କର ପ୍ରଜାତିର ଏକ ତେଲିଆ ଶୀଳା ମାଛ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଦିଘା ମୁହାଣରେ ବିଶାଳକାୟ ଏହି ମାଛକୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା । ଏହି ମାଛ କିଲୋ ପ୍ରତି ୨୬ ହଜାର ଟଙ୍କାରେ ମୋଟ୍ ୧୩ ଲକ୍ଷ ଟଙ୍କାରେ ମାଛଟିକୁ କିଣି ନେଇଛନ୍ତି ଏସଏଫଟି ନାମକ ଏକ ସଂସ୍ଥା । ମାଛଟି ଶଙ୍କର ପ୍ରଜାତିର ତେଲିଆ ଶିଳା ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି । ଏହି ମାଛ ପେଟରେ ସବୁଠୁ ଅଧିକ ପୁଟି ଥାଏ ସେଥିଲାଗି ଏ ମାଛର ମୂଲ୍ୟ ଅଧିକ ।

ବ୍ୟବସାୟୀ ସୂତ୍ରରୁ ପ୍ରକାଶଯେ, ଏହି ମାଛର ଫୁଟି ଔଷଧ ତିଆରି କାର୍ଯ୍ୟରେ ଲାଗିଥାଏ । ସେଥିପାଇଁ ପ୍ରଚୁର ଦାମରେ ବିଦେଶୀ ଔଷଧ କମ୍ପାନୀ ତରଫରୁ କିଣା ଯାଇଥାଏ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନଇନା ବାସିନ୍ଦା ଶିବାଜୀ କବିର ମାଛଟିକୁ ନିଲାମ ପାଇଁ ଦିଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ନେଇ ଆସିଥିଲେ। ମାଛର ଓଜନ ମୋଟ୍ ୫୫ କିଲୋ ବୋଲି ଅଡ଼ତଦାର କାର୍ତ୍ତିକ ବେରା ସୂଚନା ଦେଇଛନ୍ତି । ଏହି ମାଛ ବର୍ଷରେ ଦୁଇରୁ ୪ଟା ଉଠିଥାଏ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.