Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କାଞ୍ଜିପାଣି ଘାଟିରେ ଓଲଟିଲା ଟ୍ୟାଙ୍କର: ଦୁର୍ଘଟଣାରେ ଚାଳକ ମୃତ, ଟ୍ରକ ଡ୍ରାଇଭର ବୋହିନେଲେ ତେଲ

27/08/2021 at 8:31 AM

ତେଲକୋଇ ୨୭/୦୮: କାଞ୍ଜିପାଣି ଘାଟିରେ ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଘଟଣାସ୍ଥଳରେ ହିଁ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ତେବେ ଚାଳକଙ୍କ ମୃତେଦହ ପଡିରହିଥିବା ବେଳେ ସ୍ଥାନୀୟ କିଛି ଟ୍ରକ୍ ଚାଳକ ସେହି ଗାଡ଼ିରୁ ତେଲ ଚୋରି କରି ନେଇଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଳା କାଞ୍ଜିପାଣି ଥାନା ୪୯ ନମ୍ୱର ଜାତୀୟ ରାଜପଥ ର କାଞ୍ଜିପାଣି ଘଟିରେ ଏକ ତେଲ (ଡିଜେଲ) ବୋଝେଇ ଟ୍ୟାଙ୍କର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ହୋଇଯାଇଛି ।

ମୃତକ ହେଲେ ବିହାର ରାଜ୍ୟ ହରିଆକୋଲା ଅଞ୍ଚଳର ସଞ୍ଜୟ ଯାଦବ ବୋଲି ସୂଚନା ରହିଛି । ଅନ୍ୟପଟେ ଘଟଣା ସ୍ଥଳରେ ମୃତ ଦେହ ପଡିରହିଥିବା ବେଳେ କିଛି କୋକ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ତେଲ ଚୋରି କରୁଥିବା ଦେଖିବାକୁ ମିଳିଛି । ଏଠାରେ ଲୋକଙ୍କ ପାଖରେ ମଣିଷ ପଣିଆ ସମ୍ପୂର୍ଣ ହଜି ଯାଇଥିବା ଦେଖା ଯାଇଛି । ଖବର ପାଇ କାଞ୍ଜିପାଣି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତେଲ ବୋଝେଇ ଗାଡ଼ିକୁ ଜବତ କରିବା ସହିତ ମୃତଦେହ ଜବତ କରିଛି ।

   Related Posts