ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ତେଲ ଟ୍ୟାଙ୍କର ; ୬୩ ନମ୍ବର ଜାତୀୟ ରାଜପଥରେ ୩ଘଣ୍ଟା ଧରି ଗାଡି ଚଳାଚଳ ବନ୍ଦ

Published By : Prameya-News7 Bureau | November 03, 2018 IST

କୋରାପୁଟ ୩/୧୧ : କୋରାପୁଟ ଜିଲ୍ଲା ବୋରିଗୁମ୍ମା କୋଟପଡ଼ ୬୩ ନମ୍ବର ଜାତୀୟ ରାଜପଥର ସାସହାଣ୍ଡି ନିକଟରେ ଚଳନ୍ତା ତେଲ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯିବ ସହ ୩ ଘଣ୍ଟା ଧରି ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା | ଅଗ୍ନିଶମ ବିଭାଗ ପହଂଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି | ଗାଡି ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେଲ ଟ୍ୟାଙ୍କର ଆବଶ୍ୟକତା ଠାରୁ ଅଧିକ ପରିମାଣର ତେଲ ଥିବା କାରଣ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି | ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିକାଣ୍ଡର କାରଣ ଯାଞ୍ଚ କରୁଛି | ସୂଚନାଯୋଗ୍ୟ ଯେ, ତେଲ ଟ୍ୟାଙ୍କର ଭିତରେ ପବନ ଆତଯାତ ପାଇଁ ସ୍ଥାନ ନରହିଲେ ଏବଂ ତେଲ ଟ୍ୟାଙ୍କର ଉପରେ ଖରା ପଡିଲେ ଏଭଳି ଦୁର୍ଘଟଣା ଘଟିଥାଏ | ଆଜି ତେଲ ବୋଝେଇ ଟ୍ରକଟି ଜଳୁଥିଲାବେଳେ ସେଠାରେ ଦେଖଣାହାରୀଙ୍କର ପ୍ରବଳ ଭିଡ ଜମିଥିଲା | ଦେଖଣାହାରୀଙ୍କୁ ସେହି ସ୍ଥାନରୁ ହଟେଇବା ପାଇଁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା | ସାଧାରଣତଃ ତେଲ ଟ୍ୟାଙ୍କର ଜାଳୁଥିବାବେଳେ ବିସ୍ଫୋରଣ ହେବାର ଆଶଙ୍କା ମଧ୍ୟ ଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.