ଗୋପରେ ତୈଳ ସନ୍ଧାନ କାର୍ଯ୍ୟ ଶେଷ ପର୍ଯାୟରେ, ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ଲାଗିଲା ରିଗ୍ ମେସିନ
7/02/2023 at 8:51 PM

କୋଣାର୍କ: ପୁରୀ ଗୋପରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ଦେଇଛି ଅଏଲ ଇଣ୍ଡିଆ। ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । କୁଶୁପୁର ଠାରେ ୮ ଏକର ଜମିରେ ଏହି କାର୍ଯ୍ୟ ଚାଲିଛି । ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବ । ଆଉ ପ୍ରତି ପର୍ଯ୍ୟାୟରେ ବାହାରିବାକୁ ଥିବା କାଦୁଅରୁଅଶୋଧିତ ତେଲର ଯାଞ୍ଚ କରାଯିବ ।ଏହା ପରେ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ।ତୈଳ ସନ୍ଧାନ ସମ୍ପୂର୍ଣ୍ଣ ପରେ ତୈଳ ଉତ୍ତୋଳନ ହବ ପାଲଟିବ ପୁରୀ ଜିଲ୍ଲାର ଗୋପ ବୋଲି ଅନୁମାନ କରାଯାଉଛି ।
ପୁରୀ ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଗୋପ କୁଶୁପୁରର ୮ ଏକର ପରିମିତ ଅଞ୍ଚଳରେ ଆରମ୍ଭ ହୋଇଛି କାର୍ଯ୍ୟ ।ପ୍ରାଥମିକ ପର୍ଯ୍ୟାୟରେ ନିୟୋଜିତ ହୋଇଛି ୧୪୦ ଫୁଟ ଉଚ୍ଚତା ବିଶିଷ୍ଟ ଉଚ୍ଚ କ୍ଷମତା ସମ୍ପନ୍ନ ରିଗ ମେସିନ ।ରିଗ ମେସିନର ଇନଷ୍ଟାଲେସନ ପ୍ରକ୍ରିୟା ଜାରି ରହିଛି ।ଇଂଷ୍ଟେଲ ପରେ ୧୦ ହଜାର ଫୁଟ ପର୍ଯ୍ୟନ୍ତ ୧୭ ଇଞ୍ଚ ଓସାରର ବୋରୱେଲ ଖନନ ହେବ । ତୈଳ ସନ୍ଧାନ ପାଇଁ ଲାଗିବ ୨୭ ଫୁଟ ଲମ୍ବର ଏକ୍ସ ମାସ ଟ୍ରି ପାଇପ ।

୬ ମାସ ମଧ୍ୟରେ ଖନନ ହୋଇ ଜଣାପଡିବ ଅଞ୍ଚଳରେ କେତେ ପର୍ଯ୍ୟାପ୍ତ ତୈଳ ରହିଛି ।ଖନନରେ ବାହାରୁଥିବା କାଦୁଅକୁ ଖନନ ହୋଇଥିବା ୩ଟି ୱେଷ୍ଟ ପଣ୍ଡରେ ରଖାଯିବ ।ସେଥିରୁ ବର୍ଜ୍ୟ ଅଲଗା କରାଯାଇ ଅଲଗା କଣ୍ଟେନରରେ ରହିବ ।କାଦୁଅରୁ ଅଶୌଧିତ ତୈଳ ଯାଞ୍ଚ ପାଇଁ ପାରାଦ୍ୱୀପ ବିଶୋଧନାଗାରକୁ ପଠାଯିବ ।୩ ବର୍ଷ ଲିଜ ନିଆଯାଇଥିବା ଏହି ଜମିରେ କେତେ ତୈଳ ମହଜୁଦ ରହିଛି ତାର ସନ୍ଧାନ ସମ୍ପୂର୍ଣ୍ଣ ହୋଇ ଉତ୍ତୋଳନ କାର୍ୟ୍ଯ ଆରମ୍ଭ ହେବ ।ସେପଟେ ପର୍ଯ୍ୟାବରଣ ଅନୁକୂଳ କାର୍ଯ୍ୟ ଜାରି ରହିବା ସହ ଅଶୌଧିତ ତୈଳ ବା ବର୍ଜ୍ୟ ଦ୍ୱାରା ପରିବେଶ କ୍ଷତି ନହେଲା ଭଳି କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି କର୍ମଚାରୀ ।

ସେପଟେ ପୂର୍ବରୁ ସେସମିକ ସର୍ଭେ ମାଧ୍ୟମରେ ରାଜ୍ୟର ୫ଟି ବ୍ଲକକୁ ଚିହ୍ନଟ କରିଥିଲା ଅଏଲ ଇଣ୍ଡିଆ।ଗୋପର ଦୁଇଟି ବ୍ଲକରୁ ଲାଭ ମିଳିବ ବୋଲି ଆଶା ରହିଥିଲା । ତେଣୁ କୁଶୁପୁର ଓ ଚିତ୍ରା ରେ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ମିଳିବାର ଶତ ପ୍ରତିଶତ ଆଶା ରହିଛି ।ତେଣୁ କୁଶୁପୁରେ ଆରମ୍ଭ ହୋଇଛି ପ୍ରକ୍ରିୟା ।ଦେଶର ୬୦ରୁ ଉର୍ଦ୍ଧ୍ଵ ଉଚ୍ଚ କ୍ଷମତାସମ୍ପନ୍ନ ମେସିନ ଲାଗି କାର୍ଯ୍ୟ ଜାରି ରହିବ।ଆସାମର ଅଭିଜ୍ଞ କର୍ମଚାରୀ ମାନେ ଖନନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
ଦିଲ୍ଲୀ ର ଏକ ଘରୋଇ ସଂସ୍ଥା ହାତରେ ରହିଛି ଖନନ ଦାୟିତ୍ଵ ।ସେପଟେ ତୈଳ ଉତ୍ତୋଳନ ନେଇ ଅଞ୍ଚଳବାସୀ ବେଶ ଆଶାବାଦୀ ।ଦେଶର ତୈଳ ଆବଶ୍ୟକତା ମେଣ୍ଟେଇବା ସହ ଅଞ୍ଚଳର ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଏହି ପ୍ରକଳ୍ପ ଜରୁରୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।ସେପଟେ ଏହି ପ୍ରକଳ୍ପ ରୋଜଗାର ସୁଯୋଗ ଶ୍ରୁଷ୍ଟି କରିବ ବୋଲି ମଧ୍ୟ ସାଧାରଣ ଲୋକ ଆଶାବାଦୀ ରହିଛନ୍ତି।
ଗୋପ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରିବା ସହ ଗୋପ କୁ ନୂଆ ପରିଚୟ ମିଳିପାରିବ ଓ ଗୋପ ର ନବକଳେବର ହୋଇପାରିବ ସାଧାରଣ ଲୋକ ବେଶ ଆଶାବାଦୀ ହୋଇଛନ୍ତି ।