୯୦ ଡଲାରରୁ ତଳକୁ ଖସିଲା ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ, ଲୋକଙ୍କୁ ମିଳିବ କି ଏହାର ଲାଭ ?

Published By : Prameya-News7 Bureau | August 31, 2022 IST

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ମୂଲ୍ୟରେ ବଡ଼ ରିହାତି ମିଳିପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବୁଧବାର ଟ୍ରେଡିଂ ସେସନରେ ବଡ଼ ହ୍ରାସ ଘଟିଛି । ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାର ତଳକୁ ଖସିଛି । ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ଅଏଲର ମୂଲ୍ୟ ୮୯.୫୨ ଡଲାର ପ୍ରତି ବ୍ୟାରେଲ ହୋଇଛି । ସେହିପରି ବ୍ରେଣ୍ଟ କ୍ରୁଡରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୬ ଡଲାରରେ ବ୍ୟବସାୟ କରୁଛି। ଉଲ୍ଲେଖଯୋଗ୍ୟ, ଲଗାତାର ଦ୍ୱିତୀୟ ମାସରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଘଟିଛି । ଅଗଷ୍ଟରେ ଅଶୋଧିତ ତୈଳ ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ହୋଇଛି।

ୟୁକ୍ରେନ ଯୁଦ୍ଧ ପରଠୁ ୟୁରୋପରେ ଉର୍ଜା ସଂକଟ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସେଠାରେ ମନ୍ଦାବସ୍ଥାର ଆସିବାର ଭୟ ରହିଛି । ଅନ୍ୟପଟେ ଚୀନରେ ପୁଣି ଥରେ କରୋନା ପାଇଁ ଲକଡାଉନ ଲାଗୁ କରାଯାଇଛି । ଫଳରେ ସେଠାରେ ଇନ୍ଧନର ଚାହିଦା ହ୍ରାସ ପାଇଛି। ବିଶେଷଜ୍ଞଙ୍କ ମତ, ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଭବିଷ୍ୟତରେ ମଧ୍ୟ ଜାରି ରହିବ । ତୈଳ ମୂଲ୍ୟରେ ଏହି ହ୍ରାସ ଭାରତ ପାଇଁ ବଡ଼ ଆଶ୍ୱସ୍ତୀର ଖବର ହୋଇପାରେ । ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ତେଲ ବାହାରୁ ଆମଦାନୀ କରିଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.