ଆମେରିକା - ଇରାନ ଯୁଦ୍ଧଭୟ : ହୁ ହୁ ହୋଇ ବଢ଼ିବ ତୈଳଦର

Published By : Prameya-News7 Bureau | January 05, 2020 IST

ତେହେରାନ୍ ୫/୧: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ଦୁଇ ଦେଶ ପରସ୍ପର ଉପରକୁ ଯେ କୌଣସି ସମୟରେ ଆକ୍ରମଣ କରିପାରନ୍ତି । ଏପରିକି ଇରାନ୍‌ର ଏକ ମସଜିଦ୍‌ ଉପରେ ଲାଲ ପତାକା ଉଡ଼ାଯାଇ ଭୟଙ୍କର ଯୁଦ୍ଧର ଚେତାବନୀ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ୍‌ କୌଣସି ପ୍ରକାରର ଦୁଃସାହସ କରେ ତେବେ ଏହାର ଖୁବ୍‌ କଡ଼ା ଜବାବ ଦିଆଯିବ । …

{"id":207327,"sizeSlug":"large"}

ଆମେରିକାର ଆକ୍ରମଣରେ ନିହତ ଇରାନ୍‌ର ଟପ୍‌ କମାଣ୍ଡର କାସିମ ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରା । ସାମିଲ ହୋଇଛନ୍ତି ହଜାର ହଜାର ଲୋକ । ସୁଲେମାନୀ ଇରାନରେ ଏତେ ଲୋକପ୍ରିୟ ଥିଲେ ଯେ ତାଙ୍କର ମୃତଦେହ ଯାଉଥିବା ଶୋଭାଯାତ୍ରା ଗାଡ଼ିକୁ ଛୁଇଁବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଛି ।ଇରାନବାସୀ କାନ୍ଦି କାନ୍ଦି ତାଙ୍କର ଟପ୍‌ କମାଣ୍ଡରଙ୍କୁ ବିଦାୟ ଜଣାଇଛନ୍ତି ।ସେପଟେ ପ୍ରସିଦ୍ଧ ଜାମକରନ୍‌ ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇଛି ଇରାନ।  ଏହା ଯୁଦ୍ଧର ପ୍ରାକ ସଙ୍କେତ ବୋଲି ଆକଳନ କରୁଛନ୍ତି କୂଟନୀତିଜ୍ଞମାନେ ।

{"id":207330,"sizeSlug":"large"}

 ଲାଲ୍ ଝଣ୍ଡା ଉଡ଼ିବାର ଅର୍ଥ ହେଉଛି ଏକ ଭୟଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତି କିମ୍ବା ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏପଟେ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ଏବଂ ମୋର୍ଟାର ମାଡ଼ ହୋଇଛି। ବାଗଦାଦରେ ଥିବା ଦୂତାବାସ ସହ ବଲାଦ ଏୟାରବେସ୍‌ରେ ଇରାନ ସମର୍ଥକ ମିଲିସିଆ ରକେଟ୍ ମାଡ କରିଛନ୍ତି । ଏହି ଆକ୍ରମଣ ପରେ ଆମେରିକା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯଦି ଇରାନ ହମଲାରେ କୌଣସି ଆମେରିକୀୟ ମୃତାହତ ହୁଅନ୍ତି ତେବେ ଆମେ ତାର ୫୨ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଭୀଷଣ ହମଲା କରି ବରବାଦ କରିଦେବୁ। …

{"id":207331,"sizeSlug":"large"}

ପ୍ରତିଶୋଧ ପରାୟଣ ହୋଇ ଇରାନ୍‌ ହୋର୍ମୁଜ ଜଳ ପ୍ରଣାଳୀକୁ ବନ୍ଦ କରିଦେଇପାରେ । ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଲେ ଅନେକ ଦେଶରେ ପେଟ୍ରୋଲିୟମ ଉତ୍ପାଦ ପାଇଁ ସଙ୍କଟ ବଢ଼ିଯିବ ।ସାଉଦି ଆରବ, ଇରାକ, ୟୁଏଇ, କୁଏତ, କତାର ଭଳି ଦେଶ ହୋର୍ମୁଜ ଦେଇ ତୈଳ କାରବାର କରିଥାନ୍ତି। ଏହିଠାରୁ ସାରା ବିଶ୍ବକୁ ପ୍ରତିଦିନ ପ୍ରାୟ ୧୫ ମିଲିୟନ ବ୍ୟାରେଲ ତୈଳ ରପ୍ତାନୀ ହୋଇଥାଏ। ଏହାଦ୍ବାରା ଭାରତ ଓ ଚୀନ ବଡ଼ ଉପଭୋକ୍ତା ଦେଶ ସବୁଠୁ ବେଶୀ ପ୍ରଭାବିତ ହେବେ ।…

{"id":207332,"sizeSlug":"large"}

ଭାରତର ୮୪ପ୍ରତିଶତ ତେଲ ଆବଶ୍ୟକତା ଆମଦାନୀ ଜରିଆରେ ପୂରଣ ହୁଏ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ଆହୁରି ମହଙ୍ଗା ହେବ ତେଲ ଆମଦାନୀ। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଆନ୍ତର୍ଜାତିକ ବଜାରରେ ସୁନା ଓ ରୁପା ଦର ମଧ୍ୟ ବଢ଼ିଛି।

{"id":207334,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.