scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତରେ ୭ ଟଙ୍କା ବଢିପାରେ ପେଟ୍ରୋଲ ଦର,ବ୍ରେଣ୍ଟ ଅଶୋଧିତ ତୈଳ ଦର ୨୮ ବର୍ଷରେ ସବୁଠୁ ଦ୍ରୁତ ଗତିରେ ବଢୁଛି

17/09/2019 at 3:26 PM

ନୂଆଦିଲ୍ଲୀ – ସୋମବାର ଦିନ ବ୍ରେଣ୍ଟ ଅଶୋଧିତ ତୈଳ ଦର ଗତ ୨୮ ବର୍ଷ ମଧ୍ୟରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶ୍ୱର ସବୁଠାରୁ ବଡ ତୈଳ ଉତ୍ପାଦନକାରୀ କମ୍ପାନୀ ଆରାମକୋ ଉପରେ ଡ୍ରୋନ ଆକ୍ରମଣ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାର ପ୍ରଭାବ ଭାରତର ତୈଳ ବଜାର ଉପରେ ପଡିବ । ଭାରତରେ ପେଟ୍ରୋଲ ଦର ୫ରୁ ୭ ଟଙ୍କା ବୃଦ୍ଧି ପାଇପାରେ । ଅଶୋଧିତ ତୈଳ ଆମଦାନୀ କରିବାରେ ଭାରତ ବିଶ୍ୱର ତୃତୀୟ ବୃହତ ରାଷ୍ଟ୍ର । ଆରାମୋକ ଉପରେ ଆକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ୧୫୦ ଏମ୍‌ଏ ବ୍ୟାରେଲ୍‌ କମ୍‌ ହୋଇପାରେ । ଏପରି ହେଲେ ଅଶୋଧିତ ତୈଳ ଦର ପ୍ରତିବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିବ । ପ୍ରତିଦିନ ୫୭ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ କମିଥିବା କଥା ସାଉଦି ଆରବର ଶକ୍ତିମନ୍ତ୍ରୀ ରାଜକୁମାର ଅବଦୁଲା ଅଜିଜ୍‌ ବିନ୍‌ ସଲମାନ ସୂଚନା ଦେଇଛନ୍ତି । ଏହାର ପ୍ରଭାବ ଭାରତ ସହ ଅନ୍ୟ ଦେଶ ଉପରେ ପଡିବ ।

ଅଏଲ୍‌ପ୍ରାଇସ୍‌.କମ୍ ଅନୁସାରେ ସୋମବାରରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଦେଲ ୧୯.୫ ପ୍ରତିଶତ ବୃଦ୍ଧି ପାଇଛି ।ପ୍ରତି ବ୍ୟାରେଲ୍‌ ଏହାର ଦର ୭୧.୯୫ ବ୍ୟାରେଲ୍‌ ପହଁଚିଛି । ଗତ ୨୮ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଅଶୋଧିତ ତୈଳ ଦର ଏତେ ଅଧିକ ବୃଦ୍ଧି ପାଇଛି । ସାରା ବିଶ୍ୱରେ ଆବଶ୍ୟକ ହେଉଥିବା ତୈଳର ୬ ପ୍ରତିଶତ କମ୍‌ ଉପଲବ୍ଧ ହେଉଛି ।

   Related Posts