କରୋନା ପ୍ରଭାବରୁ କମିଲା ଅଶୋଧିତ ତୈଳ ଦର- ଭାରତୀୟ କମ୍ପାନୀଙ୍କୁ ଫାଇଦା

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨: ତେଲ ଆମଦାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ । ସାରାବିଶ୍ବରେ ତେଲ ଆମଦାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଭାରତ ରହିଛି । ତେବେ ଚୀନ୍‌ରେ ତେଲ ଆମଦାନୀ କମ୍‌ ହେଉଥିବାରୁ ଏବେ ଭାରତକୁ କମ୍‌ ଦାମ୍‌ରେ ମିଳୁଛି ତୈଳ ସାମଗ୍ରୀ ।

କରୋନା ପ୍ରଭାବ ଯୋଗୁଁ ଚୀନ୍‌ର ବିଭିନ୍ନ ଉଦ୍ୟୋଗ ପ୍ରଭାବିତ ହୋଇଛି । ଏବେ ବିଭିନ୍ନ ଉଦ୍ୟୋଗ ବନ୍ଦ ଥିବାରୁ ପେଟ୍ରୋଲିୟମ ଉତ୍ପାଦର ଚାହିଦା କମିଛି । ଏଥିପାଇଁ ଚୀନ୍‌ ତୈଳ ଆମଦାନୀ କମ୍‌ କରିଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଉତ୍ପାଦନ କରୁଥିବା ଦେଶମାନଙ୍କର ଅର୍ଥ ବ୍ୟବସ୍ଥା ଉପରେ ଏହା ପ୍ରଭାବ ପକାଇଛି । ଚୀନ୍‌ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିଥିବାରୁ ଏହାର ମୂଲ୍ୟ ପ୍ରାୟ ୧୫ ପ୍ରତିଶତ କମିଛି ।

ଚୀନ୍‌ରେ କରୋନା ଭାଇରସ ଲାଗି ଅନ୍ୟଦେଶରୁ ଆମଦାନୀ ଓ ସାମଗ୍ରୀ ରପ୍ତାନୀ ଉପରେ ରୋକ ଲଗାଯାଇଛି । ଯାହାଫଳରେ ଅନ୍ୟଦେଶରୁ ଆସୁଥିବା ତୈଳ ଉପରେ ମଧ୍ୟ ପ୍ରଭାବ ପଡିଛି । ଚୀନ୍‌ ବିଦେଶରୁ ତେଲ ରପ୍ତାନୀ ଉପରେ ରୋକ ଲଗାଇଛି । ଚୀନି ରିଫାଇନର୍ସ କମ୍ପାନୀଗୁଡିକ ଫେବୃଆରୀ ମାସରେ ୧.୫ମିଲିୟନ୍ ବ୍ୟାରେଲ ତେଲ ଉତ୍ପାଦନ ବନ୍ଦ କରିଦେଇଛନ୍ତି । ସେପଟେ ଅନ୍ୟ ରିଫାଇନର୍ସ କମ୍ପାନୀମାନେ ତେଲ  ଅପୂର୍ତ୍ତି କମ୍‌ କରିଦେଇଛନ୍ତି । ସେହିପରି ମଧ୍ୟପ୍ରାଚ୍ୟର ଦେଶ ବ୍ରାଜିଲ୍, ରୁଷ, ଦକ୍ଷିଣ ଆଫ୍ରିକାରେ ମଧ୍ୟ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ଆଗମୀ ଦିନରେ ଭାରତୀୟ ବଜାରରେ ଏହାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି । ଭାରତକୁ ତେଲ ଯୋଗାଉଥିବା ଦେଶମାନଙ୍କ ମଧ୍ୟରେ ସାଉଦି ଆରବ ସବୁଠାରୁ ଆଗରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.