କର୍ମଚାରୀଙ୍କୁ ଚାପ ପକାଇ ତେଲ ମାଲିସ୍‌ କରାଉଛନ୍ତି ରେଞ୍ଜର ବାବୁ, ଭାଇରାଲ୍‌ ହେଲା ଭିଡିଓ

Published By : Prameya-News7 Bureau | August 30, 2022 IST

ମାଲକାନଗିରି, ୩୦/୮: ସାମ୍ନାକୁ ଆସିଲା ମୋଟୁ ରେଞ୍ଜର ବାବୁଙ୍କ ତେଲ ମାଲିସ ସେବାର ଚିତ୍ର । କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ । ବନ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପକାଇ ଏମିତି ନିୟମିତ ମାଲିସ ନେଉଛନ୍ତି ରେଞ୍ଜର ବାବୁ । ଖାଲି ଏତିକି ନୁହେଁ, ରନ୍ଧାବଢ଼ା ଠାରୁ ଆରମ୍ଭ କରି ରାତି ଅଧିଆ ବିଭିନ୍ନ ଘରୋଇ କାମ କରାଇବାକୁ ରେଞ୍ଜର ବାଧ୍ୟ କରୁଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଗତକାଲି ଏମଭି ୭୯ ଠାରେ ମୋଟୁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେମିତି ଦାମୀ ସାଗୁଆନ ଗଛ କାଠ କଟାଯାଉଥିଲା ତାର ଚିତ୍ର ସାମ୍ନାକୁ ଆସିଥିଲା । ରେଞ୍ଜରଙ୍କ କ୍ୟାମ୍ପସ ଭିତରେ କରତ କଳ ଲଗାଇ କାଠ ଚିରା ହେଉଥିବା ଦେଖିବାକୁ ମିଳିଥିଲା । ଏବେ ରେଞ୍ଜର ବାବୁଙ୍କ ମାଲିସ ଚିତ୍ର ଭାଇରାଲ ହେବାକୁ ଲାଗିଛି ,ତେବେ ଜବତ କାଠ ଗଣ୍ଡି ପଟା କାଟିବା ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ACF ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.