ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଲିଟର ପିଛା ଡିଜେଲ ୩୦ ଓ ପେଟ୍ରୋଲ ୨୫ ପଇସା ମହଙ୍ଗା, ମାସ ଆରମ୍ଭରେ ଦ୍ୱିତୀୟବାର ବୃଦ୍ଧି

3/10/2021 at 3:37 PM

ନୂଆଦିଲ୍ଲୀ ୩।୧୦:  ଅଶୋଧିତ ତୈଳ ବଜାର ତଳଉପର ହେଉଥିବା ବେଳେ ଭାରତରେ ତୈଳ ବିପଣନକାରୀ କମ୍ପାନୀମାନେ ପୁଣି ମୂଲ୍ୟ ବୃଦ୍ଧି କରିଛନ୍ତି। ଭାରତୀୟ ତୈଳ ନିଗମ (ଆଇଓସି) ରବିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ଦର ବଢାଇଥିବା ବେଳେ ଡିଜେଲ ପ୍ରତି ଲିଟର ୩୦ ପଇସା ବଢାଇଛନ୍ତି। ଗତ ୧୦ ଦିନରେ ତୈଳ କମ୍ପାନୀଙ୍କର ଏହା ଅଷ୍ଟମ ଦରବୃଦ୍ଧି। ଫଳରେ ଡିଜେଲ ଲିଟର ପିଛା ଦର ୨ଟଙ୍କା ୧୫ ପଇସା ବଢିଥିବା ବେଳେ ପେଟ୍ରୋଲ ବଢିଛି ୧ଟଙ୍କା ୨୦ ପଇସା ।

ବେଶ୍ୱିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ତଳଉପର ହେଉଥିବା ବେଳେ ବେଞ୍ଚମାର୍କ କ୍ରୁଡ ବାରଲ ପିଛା ଦର ୭୯ ଡଲାରକୁ ପହଞ୍ଚିଛି। ଏଣୁ ଦେଶର ସର୍ବ ବୃହତ୍ତ ଖୁଚୁରା ଇନ୍ଧନ ବିକ୍ରେତା ଆଇଓସି ଏହି ହିସାବରେ ଦର ସୁଧାର କରିଛନ୍ତି। ଫଳରେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ଯୋଗୁ ଜାତୀୟ ରାଜଧାନୀରେ ପ୍ରତି ଲିଟର ଦର ୯୦ ଟଙ୍କା ୭୭ ପଇସାକୁ ପହଞ୍ଚିଛି। ସେହିପରି ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨୫ ପଇସା ବୃଦ୍ଧି ଯୋଗୁ ଏହା ୧୦୨ଟଙ୍କା ୩୯ ପଇସାକୁ ଛୁଇଁଛି।

ଗତ ସେପ୍ଟେମ୍ବର ୫ ତାରିଖରୁ ପେଟ୍ରୋଲ ଦର ସ୍ଥିର ରହିଥିଲା। ତେବେ ମାସ ଶେଷ ବେଳକୁ ମୂଲ୍ୟ ବୃଦ୍ଧି ଆରମ୍ଭ ହୋଇଥିଲା। ଉତ୍ପାଦନ ମୂଲ୍ୟବୃଦ୍ଧି ଯୋଗୁ ତୈଳ କମ୍ପାନୀ ଦର ସୁଧାର କରିଥିବା ଜଣାପଡିଛି। ଗତ ସପ୍ତାହରେ ଚାହିଦା ହ୍ରାସ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ହୋଇଥିଲା। ତେବେ ଏହି ହ୍ରାସ ବେଶି ସମୟ ସ୍ଥିର ରହି ନାହିଁ।

   Related Posts