ଓଆରଏଚଡିସି ଋଣ ଦୁର୍ନୀତି ମାମଲା, ଆଜି ଆସିବ ରାୟ

Published By : Prameya-News7 Bureau | October 19, 2022 IST

କଟକ ୧୯/୧୦: ଓଆରଏଚଡିସି ଋଣ ଦୁର୍ନୀତି ମାମଲା । ଆଜି ଆସିପାରେ ରାୟ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନର ଆଜି ପ୍ରକାଶ ପାଇବ ରାୟ । ଏନେଇ ରାୟ ପ୍ରକାଶ କରିବେ ହାଇକୋର୍ଟ । ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ କୋର୍ଟ । ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା ନିର୍ଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ ।

ରାୟ ବିରୋଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୋକିମ । ଗତ ୧୩ ତାରିଖରେ ଶୁଣାଣି ଶେଷ କରିଥିଲେ ହାଇକୋର୍ଟ । ସୂଚନା ଥାଉକି, ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ । କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ କେର୍ଟ । ମୋକିମ୍ମଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ ।

ପୂର୍ବତନ ଆଇଏଏସ୍‌ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.