କୁକୁର ମାଧ୍ୟମରେ ହେବ କରୋନା ଯାଞ୍ଚ : ପରିସ୍ରା ଓ ଛେପ ଗନ୍ଧରେ ହେବ ଚିହ୍ନଟ

Published By : Prameya-News7 Bureau | May 05, 2020 IST

ୱାସିଂଟନ ୦୫/୦୫ : କରୋନା ଯାଞ୍ଚ ପାଇଁ ଆମେରିକା ବୈଜ୍ଞାନିକ ନୂଆ ତରିକା ପ୍ରସ୍ତୁତ କରିଛନ୍ତି । ମଣିଷଙ୍କ ପରିସ୍ରା ଓ ଛେପରେ ଗନ୍ଧ ଶୁଙ୍ଘି କୋଭିଡ -୧୯ ଚିହ୍ନଟ କରିବା ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ କରାଯାଉଛି । ପେନ୍ସିଲଭେନିଆ ୟୁନିଭର୍ସିଟିର ପଶୁ ଚିକିତ୍ସା ବିଭାଗର ଗବେଷକଙ୍କ ଅନୁଯାୟୀ ପରୀକ୍ଷଣରେ ଗନ୍ଧ ବାରି ଚିହ୍ନଟ କରିପାରୁଥିବା କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯିବ । କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯିବ କେଉଁ ନମୁନା କୋଭିଡ -୧୯ ଗ୍ରସିତ ରୋଗୀଙ୍କର ଏବଂ କେଉଁ ନମୁନା କୋଭିଡ -୧୯ରେ ସଂକ୍ରମିତଙ୍କ ନୁହେଁ ।

ଏକ ବୟାନ ଅନୁଯାୟୀ , କୁକୁରଙ୍କ ମଧ୍ୟରେ ୩୦ କୋଟି ଘ୍ରାଣ କୋଷ ରହିଛି ।  ଅପରପକ୍ଷରେ ମଣିଷଙ୍କ ମଧ୍ୟରେ କେବଳ ୬୦ ଲକ୍ଷ ଘ୍ରାଣ କୋଷ ରହିଛି । ଏଭଳି ସ୍ଥିତିରେ ରୋଗ ଚିହ୍ନଟ କରିବାରେ କୁକୁର ଅଧିକ ସହାୟକ ପ୍ରମାଣିତ ହେବେ । ଏହି ଅଧ୍ୟୟନ ଜରିଆରେ କୁକୁରଙ୍କ ସାହାଯ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବ ଯେଉଁମାନଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେବ ।

ଗବେଷକଙ୍କ ଅନୁଯାୟୀ ଘ୍ରାଣ ଶକ୍ତି ବଳରେ ରୋଗ ଚିହ୍ନଟ କରିପାରୁଥିବା କୁକୁରଙ୍କୁ ହସ୍ପିଟାଲ ଓ ବ୍ୟବସାୟିକ ଅନୁଷ୍ଠାନରେ କରାଯିବ । ଭିଡ ଜାଗାରେ କରୋନା ରୋଗୀକୁ ଚିହ୍ନଟ କରିବା କୌଣସି ଚେତାବନୀ ଠାରୁ କମ ନୁହେଁ । ଏହି ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରୁ ଆରମ୍ଭ କରାଯିବ ବୋଲି ଗବେଷକ କହିଛନ୍ତି ।

ପଶୁ ଚିକିତ୍ସା ବିଭାଗର ପ୍ରଫେସର ସିନଥିଆ ଓଟୋ କହିଛନ୍ତି ଯେ ଗନ୍ଧ ବାରି ପାରୁଥିବା କୁକୁର ବୋଲେଟାଇଲ ଅର୍ଗାନିକ ୟୋଗିକର ମାତ୍ରା ଜାଣିପାରିବେ । ଏହିଭଳି ୟୋଗିକ ଅଣ୍ଡାସୟ କ୍ୟାନସର ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ଓ ନାକ ଟ୍ୟୁମରରେ ମିଳିଥାଏ ।  ଏହି ୟୋଗିକ ମନୁଷ୍ୟ ରକ୍ତ, ଛେପ, ପରିସ୍ରା ଓ ନିଶ୍ୱାସରେ ରହିଥାଏ ।

ସିନଥିଆ ଓଟୋ କହିଛନ୍ତି ଯେ କୁକୁରଙ୍କ ଏହି ପ୍ରକ୍ରିୟା କରୋନା ରୋଗୀଙ୍କୁ ଚିହ୍ନଟ କରିବାରେ ବହୁତ ସହାୟକ ହୋଇପାରେ । ଗବେଷକଙ୍କ ଅନୁଯାୟୀ ୮ଟି କୁକୁରଙ୍କ ଉପରେ ଏହି ଗବେଷଣା କରାଯିବ । ପ୍ରକ୍ରିୟା ସଫଳ ହେଲେ ଏହାକୁ ଉପଯୋଗ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.