ଦରବୃଦ୍ଧିର ପଡିଲାନି ପ୍ରଭାବ: ଦୀପାବଳିରେ ରେକର୍ଡ ବିକ୍ରି, ଗ୍ରାହକଙ୍କ ପସନ୍ଦ ସ୍ୱଦେଶୀ ସାମଗ୍ରୀ

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳି ସିଜିନରେ ଗତ ଅନେକ ବର୍ଷର ଦୀପାବଳି ବିକ୍ରି ସବୁ ରେକର୍ଡ ଭାଙ୍ଗିଛି । ଚଳିତ ବର୍ଷ ଦୀପାବଳି ସମୟରେ ଦେଶର ଅଫଲାଇନ ଟ୍ରେଡରେ ଏକ ଆକଳନ ଅନୁସାରେ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଛି । ପୂର୍ବ ବର୍ଷ ତୁଳନାରେ ଏହା ପ୍ରାୟ ୪୦ ପ୍ରତିଶତ ଅଧିକ । ୨୦୨୧ ମସିହାରେ ଏହି ସଂଖ୍ୟା ୧.୨୪ ଲକ୍ଷ କୋଟି ଥିଲା । ଚଳିତ ବର୍ଷ ପାର୍ବଣ ସମୟରେ ଭାରତରେ ନିର୍ମିତ ସାମଗ୍ରୀ କିଣିବା ଉପରେ ଗ୍ରାହକ ଜୋର ଦେଇଛନ୍ତି । ଏହି କାରଣରୁ ଚୀନକୁ ପ୍ରାୟ ୭୫ ହଜାର କୋଟିରୁ ଅଧିକ ବ୍ୟବସାୟିକ କ୍ଷମତା ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଲ ଫର୍ ଭୋକାଲ ଏବଂ ଆତ୍ମନିର୍ଭର ଭାରତ ଆହ୍ୱାନର ପ୍ରଭାବ ଦେଶରେ ବ୍ୟାପକ ରୂପେ ପଡୁଥିବା ସ୍ପଷ୍ଟ ହୋଇଛି ।

କ୍ୟାଟ ରିସର୍ଚ୍ଚ ଆଣ୍ଡ ଟ୍ରେଡ ଡେଭଲପମେଣ୍ଟ ସୋସାଇଟି ଦ୍ୱାରା ଦେଶର ୩୦ ସହରରେ କରାଯାଇଥିବା ଏକ ସର୍ଭେ ଆଧାରରେ ଏହି ସଂଖ୍ୟା ଜାରି କରାଯାଇଛି । ଏହି ସର୍ଭେ ସେପ୍ଟେମ୍ୱର ୨୬ରୁ ଅକ୍ଟୋବର ୨୬ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କରାଯାଇଛି ।

ପାର୍ବଣ ବିକ୍ରି ପରେ ଏବେ ବ୍ୟବସାୟୀ ବିବାହ ସିଜିନ ବିକ୍ରିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବଜାର ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ, କରୋନା ନଥିବାରୁ ଚଳିତ ବର୍ଷ ଧୁମଧାମରେ ବିବାହ ଆୟୋଜନ କରାଯିବ, ଏହାଦ୍ୱାରା ବ୍ୟବସାୟ ମଧ୍ୟ ବଢିବ । ଚଳିତ ବର୍ଷ ନଭେମ୍ୱର ୪ ତାରିଖରୁ ବିବାହ ସିଜିନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଡିସେମ୍ୱର ୧୪ ଯାଏଁ ଚାଲିବ । ଏହାପରେ ଗୋଟିଏ ମାସର ବ୍ୟବଧାନରେ ବିବାହ ସିଜିନର ଦ୍ୱୀତୟ ପର୍ଯ୍ୟାୟ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.