ଡ୍ରଗ୍ସ ଜବତରେ ରେକର୍ଡ, ଏନସିବିକୁ ବଡ଼ ସଫଳତା: କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ କ୍ରିପ୍ଟୋରେ ହେଉଥିଲା ନେଣଦେଣ
6/06/2023 at 9:15 PM

ନୂଆଦିଲ୍ଲୀ, ୦୬/୦୬: ନାର୍କୋଟିକ୍ସ କଣ୍ଟେଲ ବ୍ୟୁରୋ (ଏନସିବି)କୁ ବଡ଼ ସଫଳତା। ସବୁଠୁ ବଡ଼ ଡ୍ରଗ୍ସ ଚୋରାଚାଲାଣକାରୀ ରାକେଟର କଲା ଫର୍ଦ୍ଦାଫାଶ। ଏହି ରାକେଟ ନିକଟରୁ ବିପୁଳ ପରିମାଣର ସିନ୍ଥେଟିକ୍ ରାସାୟନିକ ଡ୍ରଗ୍ସର ୧୫ ହଜାରରୁ ଅଧିକ ବ୍ଲଟ୍ ଜବତ କରାଯାଇଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କାରେ ରହିଛି। ଏହି ଡ୍ରଗ୍ସ ଏଲଏସଡି ନାମରେ ଜଣା। ଏହି ଏଲଏସଡି ଚୋରାଚାଲାଣ ଡାର୍କ ନେଟ୍ ବା ଡାର୍କ ଓ୍ବେବ୍ ଦ୍ବାରା କରାଯାଉଥିଲା। ଏହା ଦୁଇ ଦଶନ୍ଧିରେ ଦେଶର ସବୁଠୁ ବଡ଼ ଡ୍ରଗ୍ସ ଜବତ ବୋଲି କୁହାଯାଉଛି। ବଡ଼ କଥା ହେଉଛି କ୍ରପ୍ଟୋକରେନ୍ସୀ ଦ୍ବାରା ଏହି ଡ୍ରଗ୍ସ କିଣାବିକା ହେଉଥିଲା। ଏହି ମାମଲାରେ ଛଅ ଜଣଙ୍କୁ ଗିରଫ କରାଯାଇଛି।
ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ବର ସିଂହ ମଙ୍ଗଳବାର କହିଛନ୍ତି ଯେ, ‘ଏଜେନ୍ସୀ ଦ୍ବାରା କରାଯାଇଥିବା ସବୁଠୁ ବଡ଼ ଜବତ। ସେ କହିଛନ୍ତି ଯେ ଏହି ନେଟଓ୍ବର୍କ ଭର୍ଚୁଆଲ ଭାବରେ ଚାଲୁଥିଲା ଆଉ କ୍ରିପ୍ଟୋକରେନ୍ସୀ ଏବଂ କ୍ରିପ୍ଟୋ ଓ୍ବାଲେଟ୍ ଦ୍ବାରା ହେଉଥିଲା। କିଣାବିକା କରୁଥିବା ଲୋକଙ୍କର କେବେବି ଯୋଗାଯୋଗ ହେଉନଥିଲା। ଡାର୍କ ଓ୍ବେବ୍ ବା ଡାର୍କ ନେଟ୍ ଇଣ୍ଟରନେଟ୍ର ସେହି ଭାଗ ଯେଉଁଠାରେ ଅବୈଧ ସାମଗ୍ରୀ କିଣାବିକା ପାଇଁ ବ୍ୟବହାର ହୋଇଥାଏ।
ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ଆମେରିକାର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ: ଚୀନ୍
ଜଣେ ଅଧିକାରୀ କହିଛନ୍ତି ଯେ ଏନସିବି ଯେଉଁ ଡ୍ରଗ୍ସ ନେଟଓ୍ବାର୍କର ପର୍ଦ୍ଦାଫାଶ କରିଛି ତାହା ପୋଲାଣ୍ଡ, ନେଦରଲ୍ୟାଣ୍ଡ ଏବଂ ଆମେରିକା ସହ ଭାରତର ବିଭିନ୍ନ ରାଜ୍ୟରେ ବ୍ୟାପିଛି। ବାଣିଜ୍ୟିକ ଭାବରେ ମଧ୍ୟ ଏଲଏସଡିର ୦.୧ ଗ୍ରାମ ହିଁ ରଖାଯାଇପାରେ। ଏହା ସହ ଏନସିବି ୨.୫ କେଜିର ଗଞ୍ଜେଇ ମଧ୍ୟ ଜବତ କରିଛି। ଯାହାକି ବାହାର ଦେଶରୁ ଆମଦାନି ହୋଇଥିଲା। ଏହା ସହ ୨.୪ ମିଲିୟନ ନଗଦ ମଧ୍ୟ ଜବତ କରିଛନ୍ତି। ଏହାପୂର୍ବରୁ ୨୦୨୧ରେ ରେଡ୍ ସମୟରେ ବିପୁଳ ପରିମାଣରେ ଏଲଏସଡି ଜବତ ହୋଇଥିଲା। ସେତେବେଳେ କର୍ଣ୍ଣାଟକ ପୋଲିସ୍ ୫୦୦୦ ବ୍ଲଟ୍ସ ଜବତ କରିଥିଲେ।
ଜ୍ଞାନେଶ୍ବର ସିଂହ କହିଛନ୍ତି ଏଲଏସଡି ବ୍ୟବହାର କରୁଥିବା ମୁଖ୍ୟତଃ ଶିକ୍ଷତ ଲୋକ ଏବଂ ଯୁବବର୍ଗଙ୍କ ଠାରେ ମଧ୍ୟ ଏହା ବ୍ୟବହାର କରୁଛନ୍ତି। ଏହି ଏଲଏସଡି ବ୍ଳଟ ଏଭଳି ଏକ ଡ୍ରଗ୍ସ ଯାହା ଦେଖିବାକୁ ଷ୍ଟାମ୍ପ ପେପର ଆକାରର। ଏହାକୁ ଅତି ସହଜରେ ଚାଲାଣ କରିହେଉଥିବାରୁ ଅଧିକାରୀଙ୍କୁ ଜବତ କରିବାରେ ଅସୁବିଧା ହୋଇଥାଏ। ଏହା ଏତେ ପତଳା ଯେ ଏହାକୁ କାଗଜ ମଧ୍ୟରେ ମଧ୍ୟରେ ରଖିଲେ ବି ଜଣାପଡ଼ିବ ନାହିଁ।
ଆହୁରି ପଢ଼ନ୍ତୁ: ମଣିପୁର ହିଂସାରେ ଜଣେ ବିଏସଏଫ ଯବାନ ଶହିଦ, ଆସାମ ରାଇଫଲ୍ସର ଦୁଇ ଯବାନ ଆହତ