କଜାଖସ୍ତାନରେ ଶରଣ ନେଲେଣି ୯୮,୦୦୦ ରୁଷ ନାଗରିକ, ପୁଟିନଙ୍କ ଅତିରିକ୍ତ ସୈନ୍ୟ ମୁତୟନ ଘୋଷଣା ପରେ ଛାଡୁଛନ୍ତି ଦେଶ

Published By : Prameya-News7 Bureau | September 28, 2022 IST

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧରେ ରିଜର୍ଭ ସୈନିକଙ୍କ ମୁତୟନ ନେଇ ପୁଟିନଙ୍କ ଘୋଷଣା ପରେ ରୁଷ ନାଗରିକ ଭୟରେ ଅଛନ୍ତି । ପୁଟିନଙ୍କ ଘଷୋଣା ପରେ ଗତ ସପ୍ତାହରେ ପ୍ରାୟ ଏକ ଲକ୍ଷ ରୁଷ ନାଗରିକ କଜାଖସ୍ତାନରେ ଶରଣ ନେଇଛନ୍ତି । କାଜାଖ୍ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି, ଯୁଦ୍ଧରୁ ଦୂରେଇ ରହିବା ପାଇଁ ରୁଷ ନାଗରିକ ପଡୋଶୀ ଦେଶକୁ ଯାତ୍ରା କରୁଛନ୍ତି ।

କଜାଖସ୍ତାନ ଏବଂ ଜୋର୍ଜିଆ ଉଭୟ ସୋଭିଏତ ୟୁନିୟନର ସଦସ୍ୟ ରାଷ୍ଟ୍ର ଥିଲେ । ରୁଷରୁ କାର, ବାଇକ ଏବଂ ପାଦରେ ଚାଲି ଯାଉଥିବା ଲୋକେ ଏହି ଦୁଇ ସ୍ଥାନକୁ ବେଶ ପସନ୍ଦ କରନ୍ତି । ବିମାନ ଟିକେଟ୍ ମିଳୁ ନଥିବାରୁ ଯେଉଁମାନଙ୍କ ନିକଟରେ ଫିନଲ୍ୟାଣ୍ଡ ଏବଂ ନରୱେର ଭିସା ରହିଛି ସେମାନେ ମଧ୍ୟ ସ୍ଥଳମାର୍ଗ ଦେଇ ଏଠାରେ ଆଶ୍ରୟ ନେଉଛନ୍ତି ।

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ୩,୦୦,୦୦୦ ଜଣ ସଂରକ୍ଷିତ ଯବାନଙ୍କୁ ଯୁଦ୍ଧ ପାଇଁ ଡକରା ଦିଆଯାଇଛି । ମାତ୍ର ରୁଷର ବିଭିନ୍ନ ସ୍ଥାନରୁ ମିଳିଥିବା ରିପୋର୍ଟ ଅନୁସାରେ ନିଯୁକ୍ତିକାରୀ ଅଧିକାରୀ ସୀମାଠାରୁ ଅଧିକ ଲୋକଙ୍କୁ ଏକାଠି କରୁଛନ୍ତି । ଏହା ହିଁ ଲୋକଙ୍କ ଭୟକୁ ଅଧିକ କରିଥିଲା ଏବଂ ଏହି କାରଣରୁ ରୁଷ ନାଗରିକଙ୍କ ପଳାୟନ କରୁଛନ୍ତି।

କଜାଖସ୍ତାନ ରାଷ୍ଟ୍ରପତି କାସିମ୍-ଜୋମାର୍ଟ ଟୋକାଏଭ୍ ସରକାରୀ ନିର୍ଦ୍ଦେଶ ଜାରି କରି ରୁଷରୁ ପ୍ରବେଶ କରୁଥିବା ନାଗରିକଙ୍କୁ ସହାୟତା ପ୍ରଦାନ କରିବାକୁ କହିଛନ୍ତି । ବର୍ତ୍ତମାନର ନିରାଶା ପରିସ୍ଥିତିରେ ଦେଶକୁ ଆସୁଥିବା ରୁଷ ନାଗରିକଙ୍କ ଯତ୍ନ ନେବା ସହ ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ଦରକାର ବୋଲି ସେ କହିଛନ୍ତି । ଏହା ଉଭୟ ରାଜନୈତିକ ଏବଂ ମାନବିକତାର ପ୍ରସଙ୍ଗ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.