ବୈତରଣୀ ଓ କୂଶେଇ ନଦୀ ବାଲିଘାଟରେ ବ୍ୟାପକ ଅନିୟମିତତା, ଯାଞ୍ଚ କଲେ ବିଭାଗୀୟ ଅଧିକାରୀ

Published By : Prameya-News7 Bureau | June 22, 2024 IST

ଆନନ୍ଦପୁର ୨୨।୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ଓ କୂଶେଇ ନଦୀର ବିଭିନ୍ନ ବାଲିଘାଟରେ ବ୍ଯାପକ ଅନିୟମିତତା ହେଉଥିବା ଅଭିଯୋଗର ଯାଞ୍ଚ ଆରମ୍ଭ  ହେଇଛି । ମାତ୍ରାଧିକ ବାଲି ଉତ୍ତୋଳନ, ଲିଜ୍ ସୀମା ପରିଧି ଠାରୁ ଅଧିକ ଅଞ୍ଚଳରୁ ବାଲି ଖନନ ଓ ନିର୍ଦ୍ଧାରିତ ରାସ୍ତା ପରିବର୍ତ୍ତେ ସମ୍ବେଦନଶୀଳ ରାସ୍ତା ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତିକରି ଜିଲ୍ଲା ଖଣି ବାଭାଗ, ପ୍ରଦୂଷଣ ବିଭାଗ, ରାଜସ୍ବ  ଭିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍ ପ୍ରଥମ ପର୍ଯ୍ୟାୟରେ ବୈତରଣୀ ନଦୀର ଆନନ୍ଦପୁର ବାଲିଘାଟ ଓ କୂଶେଇ ନଦୀର ଦେଓଗାଁ ବାଲିଘାଟ ଠାରେ ସରଜମିନ୍ ତଦନ୍ତ ଆରମ୍ଭ  କରିଛନ୍ତି । ତେବେ ଯାଞ୍ଚ କରୁଥିବା ଅଧିକାରୀ ମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

You Can Read :

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦେଲେ ଦର୍ଶନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.