ଭଦ୍ରକ, ୩୦/୧୧: ଭଦ୍ରକ ପୌରପାଳିକା ଅଧିନରେ ଏବେ ପର୍ଯ୍ୟନ୍ତ ମଧ୍ୟ ଅଚଳାବସ୍ଥା ଜାରି ରହିଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପାରିଷଦଙ୍କ ମଧ୍ୟରେ ବହୁ ଦିନ ହେବ ବିବାଦ ଚାଲୁ ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ପୂର୍ବରୁ ଥାନାରେ ଏତଲା ହୋଇଥିଲା । ପୌର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନରେ ବସିଥିଲେ ।
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏବେ ପୁଣି କେତେକ କାଉନସିଲର ଅଧିକାରୀଙ୍କ ବଦଳି ଦାବି କରି ପୌର କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ବଦଳି ନିର୍ଦ୍ଦେଶ ପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ କାଉନସିଲର ।